କଂଗ୍ରେସ ପ୍ରାର୍ଥୀ ସୁରଙ୍କ ଜଟଣୀରେ ମତଦାନ
ଜଟଣୀ (ଜୁଗାବ୍ଦ ନ୍ୟୁଜ୍): ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇଥିଲା । ଜଟଣୀ ବିଧାନସଭା ନିର୍ବାଚନ କ୍ଷେତ୍ରରେ ୨୫୪ଟି ବୁଥ୍ରେ ଭୋଟ ଗ୍ରହଣ ହୋଇଥିଲା । ତେବେ ଏହି ପରିପ୍ରେକ୍ଷୀରେ ଜଟଣୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ନିଜ ପୈତୃକ ଗ୍ରାମ ଛଣଘର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବୁଥ୍ ନଂ ୧୪୮ ରେ ମତଦାନ କରିଥିଲେ । ଏଥିସହ ସୁରଙ୍କ ପରିବାରବର୍ଗ ମଧ୍ୟ ଏହି ବୁଥ୍ରେ ମତଦାନ କରିଥିଲେ । ଗତ ନିର୍ବାଚନ ଅପେକ୍ଷା ଚଳିତ ନିର୍ବାଚନରେ ସମର୍ଥକଙ୍କ ସଂଖ୍ୟା ଅଧିକ ଥିବା ସୁର କହିଥିଲେ । ୨୦୧୪ ନିର୍ବାଚନରେ ସୁର ରାଉତରାୟ ଜଟଣୀ ନିର୍ବାଚନ ମଣ୍ଡଳୀରେ ୩୭.୯୭% ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଚଳିତ ନିର୍ବାଚନରେ ନିଦ୍ୱର୍ନ୍ଦରେ ବିଜୟଲାଭ କରିବେ ବୋଲି ଆଶା ରଖିଥିବା କହିଥିଲେ ।