କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ଅଭିଯୋଗ

ନିମାପଡ଼ା, (ସନ୍ତୋଷ ଦାଶ):ମଙ୍ଗଳବାର ରାଜ୍ୟ କଂଗ୍ରେସ ର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟନାୟକଙ୍କ ଅଧକ୍ଷତାରେ ଏକ ପାଞ୍ଚଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ତାଳଦା ପଞ୍ଚାୟତର ଏଡବାଂଶ ପଢ଼ିଆରୀ ବିଦ୍ୟାପୀଠ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିଥିଲେ। ୫ଟି ଯୋଜନା ରେ ବିନା ଟେଣ୍ଡରରେ ବିଦ୍ୟାଳୟ ଗୁଡ଼ିକ ର କାର୍ଯ୍ୟ ନିମ୍ନମାନର ହୋଇଥିବା ସେ ଅଭିଯୋଗ କରିବା ସହ ରାଜ୍ୟରେ ସମସ୍ତ ୫ଟି ବିଦ୍ୟାଳୟ ନିର୍ମାଣରେ ବିଜେଡି କର୍ମୀଙ୍କୁ ପୋଷିବା ଓ ଆସନ୍ତା ନିର୍ବାଚନ ପାଇଁ ଶାସକ ବିଜେଡ଼ି ଦଳ ଏହି ବାହାନା ରେ ଦଳୀୟ କର୍ମୀ ଙ୍କ ଦ୍ଵାରା ପାଣ୍ଠି ଯୋଗାଡ଼ କରୁଥିବା ସେ କାକଟପୁର ଠାରେ ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ। ୫ଟି ନାମ ରେ ଓଡିଶା ବାସୀଙ୍କ କୋଟି କୋଟି ଟଙ୍କା ବିନିର୍ବ୍ୟୟ କରାଯାଇଛି ।କଂଗ୍ରେସ ଦଳ ପକ୍ଷରୁ ଏହା ବିରୁଦ୍ଧରେ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏହି ଅବସର ରେ ପୂର୍ବତନ ସାଂସଦ ନକୁଳ ନାଏକ,କଂଗ୍ରେସ କୃଷକ ସେଲ ଅଧ୍ୟକ୍ଷ ଅମିୟ ପଟନାୟକ , କଂଗ୍ରେସ ସାଧାରଣ ସମ୍ପାଦିକା ରଶ୍ମିରେଖା ମହାପାତ୍ର, ପିସିସି ଉପସଭାପତି ତଥା କାକଟପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, କଂଗ୍ରେସ ନେତା ଆଡ଼ଭୋକେଟ ପ୍ରଫୁଲ୍ଲ କୁମାର ନାୟକ ପ୍ରମୁଖ ଏହି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମରେ ଯୋଗ ଦେଇଥିଲେ ।ଅନ୍ୟ ପକ୍ଷରେ ଦିଲ୍ଲୀ ଅଧ୍ୟାଦେଶରେ ବିଜେପିକୁ ପାର୍ଲିଆମେଣ୍ଟରେ ବିଜେଡି ସମର୍ଥନ ଦେବା ଓ ଅନାସ୍ଥା ପ୍ରସ୍ତାବରେ ବିଜେଡି ବିଜେପିକୁ ସମର୍ଥନ ଦେବା ବିଜେଡି ବିଜେପିର ପ୍ରତିଦ୍ବନ୍ଦୀ ନୁହଁନ୍ତି ସହଯୋଗୀ ଦଳ ବୋଲି ପ୍ରମାଣିତ ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ବିଜୟ ପଟନାୟକ ଉକ୍ତ ପ୍ରେସ ମିଟରେ ଅଭିଯୋଗ କରିଛନ୍ତି। ସାରା ଓଡ଼ିଶାରେ ୫ ଟି ସଚିବ ବିଭିନ୍ନ ମନ୍ଦିର ବୁଲି ଅନୁଦାନ ଘୋଷଣା କରୁଛନ୍ତି ।ପ୍ରକୃତରେ କେତେ ଟଙ୍କା ଯାଉଛି କିଭଳି ଖର୍ଚ୍ଚ ହେଉଛି କିଏ ଲାଭବାନ ହେଉଛନ୍ତି ଏ ବାବଦରେ କଂଗ୍ରେସ ନେତା ବିଜୟ ପଟନାୟକ ପ୍ରଶ୍ନ କରିଛନ୍ତି । ଏହି ଟଙ୍କାର ୭୫ ଭାଗ ବାହାର କଣ୍ଟ୍ରାକ୍ଟରଙ୍କୁ ଚଢା ଦରରେ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀ ରେ କାକଟପୁର ବ୍ଲକ କଂଗ୍ରେସ ସଭାପତି ଅବଧୂତ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ କଂଗ୍ରେସ ସଭାପତି ସୁକାନ୍ତ କୁମାର ମହାନ୍ତି, ଜିତେନ୍ଦ୍ର ନାୟକ, ତପନ କାଣ୍ଡି, ଶେଖ ଲିୟାକତ, ବିପିନ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ