କଂଗ୍ରେସ ଭବନଠାରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ

ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରାଷ୍ଟ୍ରୀୟ ଯୁବ କଂଗ୍ରେସ ଏବଂ ରାଜ୍ୟ ଯୁବ କଂଗ୍ରେସ ତରଫରୁ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ବିରୋଧରେ ଆଜି ଗଂଜାମ ଜିଲ୍ଲା ଯୁବ କଂଗ୍ରେସ ଦ୍ୱାରା ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ୧୨ ତାରିଖ ଦିନ ଏକ ହିନ୍ଦୀ ନ୍ୟୁଜ ଚ୍ୟାନେଲ୍ ବିତର୍କରେ କଂଗ୍ରେସ ରାଷ୍ଟ୍ରୀୟ ପ୍ରବକ୍ତା ରାଜୀବ ତ୍ୟାଗି ଏବଂ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ମଧ୍ୟରେ ବିତର୍କ ହେଉଥିବାବେଳେ ସମ୍ବିତ ପାତ୍ର ରାଜିବ ତ୍ୟାଗୀଙ୍କୁ ଅଭଦ୍ର ଅସଭ୍ୟ ଗାଳି ଏବଂ ଆପତ୍ତିଜନକ ମନ୍ତବ୍ୟ ଦେଇ ଅପମାନିତ କରିଥିବାରୁ ରାଜୀବ ତ୍ୟାଗିଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହାକୁ କଡ଼ା ବିରୋଧ କରି ପ୍ରଥମେ ଜିଲ୍ଲା କଂଗ୍ରେସ ଭବନଠାରେ ସମ୍ବିତ ପାତ୍ରଙ୍କ କୁଶପୁତ୍ତଳିକା ଦାହ କରାଯିବା ପରେ ବ୍ରହ୍ମପୁର ଏସ୍‌ପିଙ୍କୁ ଏଫ୍‌ଆଇଆର୍ ପ୍ରଦାନ କରାଯାଇଛି । ଏଥିରେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସାନଖେମୁଣ୍ଡି ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଯୁବନେତା ପ୍ରଶାନ୍ତ ବିଷୋୟୀ, ପ୍ରମିତ ରଂଜନ ମହାପାତ୍ର, ପିଣ୍ଟୁ ଜେନା, ସଂଗ୍ରାମ ରାଉତ, ସିଦ୍ଧାନ୍ତ ସାହୁ, ଅନିରୁଦ୍ଧ ପାତ୍ର, ଦୁର୍ଗା ତ୍ରିପାଠୀ, ଦେବାଶିଷ ମହାନ୍ତି, ଧରଣୀଧର ବେହେରା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ