କଂଗ୍ରେସ ଭବନରେ ବାଉନ୍ସର ମୁତୟନ ଘଟଣାରେ ତଦନ୍ତ ନିର୍ଦ୍ଧେଶ

ଭୁବନେଶ୍ୱର- କଂଗ୍ରେସ ଭବନରେ ବାଉନ୍ସର ମୁତୟନ ହେବା ଘଟଣାରେ ଗୁରୁବାର ଘଟଣାର ତଦନ୍ତ ପାଇଁ ପ୍ରଦେଶ କଂଗ୍ରେସ କମିଟି ତିନି ଜଣିଆ କମିଟି ଗଠନ କରିଛି । ରାଜ୍ୟ ସଭା ସଦସ୍ୟ ରଞ୍ଜୀବ ବିଶ୍ୱାଳଙ୍କ ନେତୃତ୍ୱରେ ଗଠିତ କମିଟିରେ କଂଗ୍ରେସର ବରିଷ୍ଠ ନେତା ବଟକୃଷ୍ଣ ତ୍ରିପାଠୀ ଏବଂ ନିଶିକାନ୍ତ ମିଶ୍ର ସଦସ୍ୟ ରହିଛନ୍ତି। ଖୁବ୍ ଶିଘ୍ର ଘଟଣାର ତଦନ୍ତ କରି ସବିଶେଷ ରିପୋର୍ଟ ପିସିସି ଦେବାକୁ କୁହାଯାଇଛି ।ସୂଚନାଥାଉକି ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଖରାପ ହେବା ନେଇ ସମୀକ୍ଷା ବୈଠକରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ କଥା କଟାକଟିକୁ ନେଇ ଗତ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଥିଲା। ଏଭଳି ସ୍ଥିତି ଉପୁଯିଥିଲା ଯେ, ବାଉନ୍ସର ଆସି ଜଗିବାର ଚିତ୍ର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ