କଂଗ୍ରେସ ଭବନରେ ସେବାଦଳର ପ୍ରତିଷ୍ଠାତା : ଡଃ ହାର୍ଡିକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ହିନ୍ଦୁସ୍ତାନୀ ସେବାଦଳ ଓ ଭାରତ ସେବାଦଳର ପ୍ରତିଷ୍ଠାତା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଡ଼ାକ୍ତର ନାରାୟଣ ସୁବାରାଓ ହାର୍ଡିକରଙ୍କ ୧୩୪ତମ ଜନ୍ମୋତ୍ସବ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ, କଂଗ୍ରେସ ଭବନରେ ପାଳିତ ହୋଇଯାଇଛି । ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦେଶ କଂଗ୍ରେସ ସେବାଦଳର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଲେ ଯେ, ଭାରତବର୍ଷର ଅଗଣିତ ସହିଦ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ତ୍ୟାଗ ବଳରେ ମିିଳିଥିବା ସ୍ୱାଧୀନତାକୁ ଆମେ ଉପଭୋଗ କରୁଛେ । କିନ୍ତୁ ଆଜିର ଯୁବପିଢି ସେହି ମହାନାୟକମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ଭୁଲିଯାଉଛନ୍ତି । ଡଃ ନାରାୟଣ ସୁବରାଓଜୀ ହାର୍ଡିକର ପତାକା ସତ୍ୟାଗ୍ରହ ସମୟରେ ନାଗପୁର ବନ୍ଦୀଶାଳାରେ ଥିବାବେଳେ ଜାତିର ଜନକ ମହତ୍ମା ଗାନ୍ଧୀଙ୍କ ଆଶୀର୍ବାଦରେ ହିନ୍ଦୁସ୍ତାନୀ ସେବାଦଳର ପ୍ରତିଷ୍ଠା କରିଥିଲେ, ଯାହା ପରବର୍ତ୍ତୀ ସମୟରେ କଂଗ୍ରେସ ସେବା ଦଳ ନାମରେ ରୂପାନ୍ତରିତ ହୋଇଛି । ପଣ୍ଡିତ ଜବାହାରଲାଲ ନେହେରୁ ଏହି ଅନୁଷ୍ଠାନର ପ୍ରଥମ ସଭାପତି ଭାବେ ସାରା ଭାରତବର୍ଷର ଯୁବକମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ପ୍ରେରଣା ଦେଇଥିଲେ । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାଶ, କଂଗ୍ରେସ ନେତା ଜ୍ୟୋତିଷ ସାହୁ, ମିହିର ଆଚାର୍ଯ୍ୟ, ମହମ୍ମଦ ସାହାଦୁଲ୍ଲା, କୁଳମଣି ସାହୁ, ସତ୍ୟସ୍ମିତ ମହାନ୍ତି, ଛବିନ୍ଦ୍ର ମହାନ୍ତି, ସାଗର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ