କଂଗ୍ରେସ ମହାମେଣ୍ଟ ବହୁ ମତ ଆଡକୁ ଅଗ୍ରସର !
ରାଞ୍ଚି , (ଯୁଗାବ୍ଦ ନ୍ୟୁଜ) : ଝାଡଖଣ୍ଡରେ ଭୋଟ ଗଣତି ଏବେ ଶେଷ ପର୍ପ୍ୟାୟରେ । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା , କଂଗ୍ରେସ ଓ ଆର.ଜେ.ଡି ମହାମେଣ୍ଟକୁ ସଫଳତା ମିଳିବ ବୋଲି ଅନେକ ଏକ୍ଜିଟ ପୋଲ ଆକଳନ କରିଥିଲେ । କିନ୍ତୁ ଏହି ମହା ମେଣ୍ଟ ୪୨ ଆସନରେ ଆଗୁଆ ଥିବାବେଳେ ବିଜେପି ୨୮ ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ରଘୁବର ଦାଶ ଜାମସେଦପପୁର ବିଧାନସଭା ଆସନରେ ତାଙ୍କ ପ୍ରତିପକ୍ଷଙ୍କଠାରରୁ ପଛରେ ଚାଲିଥିବା ଜଣାପଡିଛି । ଏହି ୮୧ଟି ଆସନରେ ବିଜେପି ୨୮ , ଜେଏମଏମ ୨୬ ,କଂଗ୍ରେସ ୧୧ , ଆରଜେଡି ୫ , (ଜେଭିଏନପି ) ୪ ଏବଂ ଏଜେଏସୟୁପି ୩ଟି , ଏନସିପି ୧ , ବହୁଜନ ସମାଜ ପାର୍ଟି ୧ , ସ୍ୱାଧୀନ ପାର୍ଥୀ ୧ , ସିପିଏମ ୧ ଆସନରେ ଆଗୁା ରହିଛନ୍ତି । ସୁଚନାଯୋଗ୍ୟ , ୨୦୧୪ରେ ବିଜେପି ଏଠାରେ ଏକାକୀ ୩୭ଟି ଆସନରେ ଜିତି ଏଜେଏସୟୁ ସହ ମେଣ୍ଟ କରି ସରକାର ଗଢିଥିଲା ।