କଂଗ୍ରେସ ର ତିନି ଜଣ ଜିଲ୍ଲା ପରିଷଧ ପାର୍ଥି ଘୋଷଣା ବିଜେପି ଗୁପ୍ତ ରଖି ଥିବା ବେଳେ ବିଜେଡ଼ି ର ଛିଡୁନି
ମୋହନା, (ଅଂଶୁମାନ ପଣ୍ଡା) :ରାଜ୍ୟ ରେ ପଂଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ଗାଁ ଠାରୁ ସହର ଏବେ ଚଳ ଚଞ୍ଚଳ ହୋଇ ପଡିଛି କିନ୍ତୁ କୋଭିଡ କଟକଣା ପାଇଁ କିଛି ନିୟମ ଲାଗୁ ହୋଇଛି ତଥାପି ଗାଁ ଗହଳି ରେ ବେଶେ ଜୋର ଧରିଛି ନିର୍ବାଚନ I ଖେଳ କିଏ ଜିତିବ କିଏ ହାରିବ କିଏ ଟିକଟ ପାଇବ ତାକୁ ନେଇ ତିନି ଦଳ ମଧ୍ୟରେ ଅଙ୍କ କଷା ଚାଲିଥିବା ବେଳେ ମୋହନା ନିର୍ବାଚନ ମଣ୍ଡଳୀ ର ମୋହନା ବ୍ଲକ ବେଶ ଗୁରୁତ୍ୱ ଦିଅନ୍ତି ତିନି ଦଳ ବେଶ କରି ମୋହନା ବ୍ଲକ ର ଅଡ଼ବା ଜୋନ ଦେଖିବାକୁ ଗଲେ I ଆଦିବାସୀ ଙ୍କ ସଂଖ୍ୟା ଅଧିକ ରହିଛି ତାହା ମଧ୍ୟ କୁଇ, କନ୍ଧ, ଶବର, ମାଲା ସଉରା ଭଳି ଅନେକ ଜାତି ରହିଛି ପଚୁଆ ବର୍ଗ ରେ ମଧ୍ୟ ସେ ଭଳି ଅନେକ ଜାତି ରହିଛି ହେଲେ ଯାହାକି ଅଞ୍ଚଳରେ ନେତା ମାନେ ବେଶ ଖୁସୀ ଥିଲେ ଅଡ଼ବା ଜୋନ ଟି ସର୍ବସଧାରଣ ରହିଥିଲା ହେଲେ ପରମୁର୍ତ୍ତ ରେ ତାହା ଆଦିବାସୀ ଘୋଷଣା ହୋଇଛି I ଯାହାକୁ ନେଇ କଂଗ୍ରେସ ତାର ମଇଦାନକୁ ଟାଣୁଆ ନେତ୍ରୀ ରୀନା ପ୍ରଧାନୀ ଙ୍କୁ ଦଳ ଟିକଟ ଦେଇଛି I ସେଇ ଭଳି ମୋହନା ଜୋନ ଦେଖିଲେ ଏଠି ମଧ୍ୟ ସେଇ ଭଳି ଆଗରୁ ବିଜେପି ବିଜୟ କରି ଜିଲ୍ଲା ପରିଷଧ ଅଦକ୍ଷ୍ୟା ପଦବୀ ପାଇଥିଲା ବର୍ତ୍ତମାନ ଅଦବାସୀ ହୋଇଥିବା ରୁ ଦଳ ଫୁଣି ଏକ ଟାଣୁଆ ନେତା କୁ ଗୁପନ ରଖିଥିବା ଜଣା ପଡିଥିବା ବେଳେ କଂଗ୍ରେସ ରାଜୀବ ମଳିକ ଙ୍କୁ ପାର୍ଥି ଭାବେ ଚୟନ କରିଛି I ହେଲେ ବିଜେଡି ର ଅଙ୍କ କଷା ସରିନି ପାର୍ଥି ଲୁଭି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି I ଚନ୍ଦ୍ରଗିରି ଜୋନ ରେ ମଧ୍ୟ କଂଗ୍ରେସ ଗୌରୀ ଶଙ୍କରପ୍ରଧାନୀ ଙ୍କୁ ପାର୍ଥି ରୂପେ ଚୟନ କରି ସାରିଛି ହେଲେ ବିଜେପି ତାର ପାର୍ଥି କୁ ଚୟନ କରି ରାକିଥିବା ଚର୍ଚ୍ଚା ହେଉଛି I ନୂଆ ମୁଁ କୁ ନେଇ ବିଜେଡ଼ି ର ଛିଡୁନି ଅଙ୍କ କିଏ ହେବ ଉପଯୁକ୍ତ ପାର୍ଥି ଚନ୍ଦ୍ରଗିରି ପୂର୍ବରୁ ବିଜେଡ଼ି ହାତରେ ରହିଥିଲେ ମଧ୍ୟ ତାହା ବିଜେପିର ଗଡ଼ ବୋଲି ଅଞ୍ଚଳ ବାସୀଙ୍କ ମତ ଯାହାକି ପୁଣି ବିଜେପି କଂଗ୍ରେସ କବ୍ଜାକୁ ଫେରି ପରେ କି ଗଜପତି ଜିଲ୍ଲାର ରାଜନୀତି କାରଣ ରାଜ୍ୟ ସରକାର ପଛୁଆ ବର୍ଗ ଙ୍କୁ ଅଣ ଦେଖା କରିଛନ୍ତି I ଯାହାକୁ ନେଇ ପଞ୍ଚାୟତ ନିର୍ବାଚନ ରେ ବିଜେଡ଼ି କୁ ଲାଗି ପରେ କି ସପ୍ତ ଝଟକା ବୋଲି ପୁରୁଣା ବୁଦ୍ଧିଜୀବୀ ନେତା ମାନେ ଚା ଖଟି ରେ ଚର୍ଚ୍ଚା ହେଉଛନ୍ତି I କାରଣ ଚନ୍ଦ୍ରଗିରି ରେ ବିଜେଡି ର ଜିଲ୍ଲା ପରିଷଧ ବିଜୟ ହଇଥିଲେ ଗତ ପଞ୍ଚାୟତ ନିର୍ବାଚନ ରେ ହେଲେ ଆଜି ପଯନ୍ତ ନିଜ ଅଞ୍ଚଳରେ ଭୋଲ ରାସ୍ତା କି ପାଣି ଟୁପେ ଯୁଗାଇ ପାରିଲେ ନାହିଁ ଖାଲି ମିଥ୍ୟା ପ୍ରତିଶୃତି ଦେଇଥିଲେ ବୋଲି ଯୁବ ପଞ୍ଚାୟତ ରେ ଚର୍ଚ୍ଚାଜୋର ଧରିଛି I