କଂଗ୍ରେସ ର ପଂଚାୟତ ରାଜ ଦିବସ ପାଳନ

ଚିକିଟି, (କୁରେଶୁ ସାହୁ):ରାଜୀବ ଗାନ୍ଧି ପଂଚାୟତ ରାଜସଙ୍ଗଠନ ର ରାଜ୍ୟ ଶାଖା ସଭାପତି ବିସ୍ମୟ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଚିକିଟି କଂଗ୍ରେସ ଦ୍ୱାରା ପଂଚାୟତ ରାଜ୍ ଦିବସ ପାଳନ ହୋଇଯାଇଛି। ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଙ୍ଗଠକ ସୁବାଷ ଚନ୍ଦ୍ର ରାଉତ, ରାଜ୍ୟ କିଷାନ କଂଗ୍ରେସ ଉପସଭାପତି ଉମାକାନ୍ତ ପାଣିଗ୍ରାହୀ ,ରାଜୀବ ଗାନ୍ଧୀ ପଞ୍ଚାୟତ ସଂଗଠନ ବ୍ଲକ ସଙ୍ଗଠକ P. ତିରୁପତି ରେଡ୍ଡୀ ,ଚିକିଟୀ ଯୋନ ସଂଯୋଜକ ବାଇରୀ ସେଠୀ, ନୂଆପଡା ଯୋନ ସଂଯୋଜକ ଲକ୍ଷ୍ମଣ ଦାସ ପ୍ରମୁଖ ଯୋଗ ଦେଇଥିଲେ।ଦିବସ ର ଆଭିମୁଖ୍ୟ ଏବଂ ରାଜୀବ ଗାନ୍ଧୀ ଓ ମହାତ୍ମା ଗାନ୍ଧୀ ଙ୍କ ସ୍ଵରାଜ ଦିବସ ର ସଫଳତା ପାଇଁ ସମସ୍ତେ ଲୋକଙ୍କ ନିକଟରେ ପହଂଚିବାକୁ ପରାମର୍ଶ ଦିଆଯାଇଛି ବୈଠକରେ। ବୁଲୁ ବେହେରା, ପ୍ରଭାକର ସାହୁ , ପଦ୍ମ ସେଠୀ, ସୁଧାଂଶୁ ସାହୁ, ରାମ ବେହେରା, ସଂଗ୍ରାମ ରାଉତ ଯୁବ କଂଗ୍ରେସ ଉପସଭାପତି, ପ୍ରଭୃତି ଉପସ୍ଥିତ ରହି ପଞ୍ଚାୟତ ରାଜ ସଂଗଠନ ବିଷୟରେ ଆଲୋଚନା କରିବା ସହ ଆଗାମୀ ଦିନରେ କଂଗ୍ରେସକୁ କିପରି ତୃଣମୂଳ ସ୍ତରରୁ ଦୃଢ଼ କରାଯିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ସବୁ ସଭ୍ୟମାନେ ଏକରୁ ଦୁଇ, ଦୁଇରୁ ଚାରି, ଚାରିରୁ ଷୋହଳ ଯେପରି ସଭ୍ୟ ସଂଗ୍ରହ କରିବାକୁ ହେବ ସେଥିପାଇଁ ସଂକଳ୍ପ ନେଇଥିଲେ। ବର୍ତମାନ କଂଗ୍ରେସ ଶୁନ୍ୟରୁ ଆରମ୍ଭ କରି ଏକ ଦୃଢ଼ ଦଳ କରିବାକୁ ହେଲେ ଅନେକ ପରିଶ୍ରମ କରିବାକୁ ହେବ ବୋଲି ସର୍ବସମ୍ମତି କ୍ରମେ ମତ ପ୍ରକାଶ କରିଥିଲେ। ସଭାପତି କ୍ଷମା ସାଗର ମହାରଣାଙ୍କ ଆହ୍ବାନରେ ସମସ୍ତେ ଦଳକୁ ଆଗକୁ ବଢ଼ିବାରେ ଯଥାସାଧ୍ୟ ଚେଷ୍ଟା କରିବାକୁ ସହମତି ପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ