କଂଗ୍ରେସ ର ପ୍ରତିଷ୍ଠା ଦିବସ ପାଳିତ
ନିମାପଡ଼ା, (ସନ୍ତୋଷ ଦାଶ):ସ୍ଥାନୀୟ ଟାଉନହଲ ଠାରେ ନିମାପଡ଼ା ବ୍ଲକ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ର ୧୩୯ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା। ବ୍ଲକ କଂଗ୍ରେସ କମିଟି ସଭାପତି ବିଜୟ ପ୍ରଧାନ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ପିସିସି ସୋସିଆଲ ମିଡିଆ ର ମୁଖପାତ୍ର ଅମିୟ ପାଣ୍ଡବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିମାପଡ଼ା ନିର୍ବାଚନମଣ୍ଡଳୀ ର ସମସ୍ତ କଂଗ୍ରେସ କର୍ମୀ ଓ ନେତା ଏକଜୁଟ ହୋଇ କାର୍ଯ୍ୟ କଲେ ଆଗାମୀ ସାଧାରଣ ନିର୍ବାଚନ ରେ ଦଳ ବିଜୟୀ ହୋଇ ପାରିବ ବୋଲି ମତବ୍ୟକ୍ତ କରି ସମସ୍ତେ ଭେଦଭାବ ଭୁଲି ଏକତ୍ରିତ ହୋଇଯିବାକୁ ଆହ୍ବାନ ଦେଇଥିଲେ।ଏହି ସଭା ରେ ପୁର୍ବତନ ମନ୍ତ୍ରୀ ଡଃ. ରବୀନ୍ଦ୍ର କୁମାର ସେଠୀ, ବରିଷ୍ଠ କଂଗ୍ରେସ ନେତା ନିରଦ ଚରଣ ଖୁଣ୍ଟିଆ ପ୍ରମୁଖ ଶାସକ ବିଜେଡି ଓ ବିଜେପି ଦଳ କୁ ତୀବ୍ର ସମାଲୋଚନା କରିଥିଲେ। ଦଳୀୟ ନେତା ରଶ୍ମି ରଞ୍ଜନ ସ୍ଵାଇଁ, ଅଜୟ ମିଶ୍ର,ମଙ୍ଗି ଖାଁ,
ରାମଚନ୍ଦ୍ର ଜେନା, ଅଭୟ କୁମାର ବାରିକ, ସଞ୍ଜୟ ନାୟକ, ଦିଲ୍ଲୀପ ରାୟ ଙ୍କ ସହିତ ଶତାଧିକ ଦଳୀୟ କର୍ମୀ ଓ ନେତା ଉକ୍ତ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ।


