କଂଗ୍ରେସ ର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ କୁଚିଣ୍ଡା ଗସ୍ତ

କୁଚିଣ୍ଡା,(ରିଙ୍କୁ କୁସୁମ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ରେ ସେଣ୍ଟ ଥୋମାସ ଇଂରାଜୀ ବିଦ୍ୟାଳୟ ର ଫାଦର ଙ୍କ ବାସଭବନରେ ଗତ ୨୨ତାରିଖ ରାତ୍ର ପ୍ରାୟ ଏକ ଘଟିକା ସମୟରେ ଡ଼କାୟତି ଓ ଫାଦର ଦ୍ବୟ ଙ୍କୁ ହାତ ଗୋଡ଼ ବାନ୍ଧି ମାଡ଼ ଘଟଣା ଏହାକୁ ଦୃଢ଼ ନିନ୍ଦା କରି ଓଡିଶା ପ୍ରଦେଶ କଂଗ୍ରେସ କମିଟି ର ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଫାଦର ଙ୍କ ଚାରଭାଟି ବାସ ଭାବନକୁ ଆସି ସାକ୍ଷାତ କରିଥିଲେ, କଂଗ୍ରେସ ର ଏହି ଟିମରେ ମୁଖ୍ୟ ଭାବେ ରାଜଗାଙ୍ଗପୁର ବିଧାୟକ ଡ଼ଃ ରାଜନ ଏକ୍କା ଏବଂ ତାଙ୍କ ସହିତ ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଜୟଶଙ୍କର ମିଶ୍ର,କଂଗ୍ରେସ ନେତ୍ରୀ ଅନିତା ବିଶ୍ୱାଳ,ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ଦୁରିଆ,ସମ୍ପାଦକ ପ୍ରଦେଶ କଂଗ୍ରେସ କମିଟି କେଦାର ବରିହା,ଚକ୍ରଧର ବରିହା,ଦୁର୍ଗା ପାଢ଼ୀ, ଅଖିଳ ପ୍ରତାପ ସିଂ,କୁଚିଣ୍ଡା କଂଗ୍ରେସ ଯୁବ ନେତା ଆଶିଷ ପ୍ରତାପ ସିଂ, ମହମ୍ମଦ ସଫିକ, ଜଗନ୍ନାଥ ବେହେରା, ସଞ୍ଜିତ ଶର୍ମା, ଜିତେନ୍ଦ୍ର ସାହୁ, ପିତାମ୍ବର ମାଝୀ, ବିମଳା ମହାନନ୍ଦ, ସୁଷମା ସେନାପତି ପ୍ରମୁଖ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ