କଂଗ୍ରେସ ର ବୈଠକ ଅନଷ୍ଠିତ।
ନିମାପଡ଼ା, (ସନ୍ତୋଷ ଦାଶ) : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ଓ ଜିଲ୍ଲା କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା କାକଟପୁର ବ୍ଳକ କାକଟପୁର ଓ କଟକଣା ଗ୍ରାମପଞ୍ଚାୟତ ରେ ପଞ୍ଚାୟତ ସ୍ତରୀୟ କମିଟି ଏବଂ ବୁଥ କମିଟି ଗଠନ କରାଯାଇଛି।ବ୍ଳକ କଂଗ୍ରେସ କମିଟି ସଭାପତି ଅବଧୂତ ସ୍ବାଇଁଙ୍କ ସଭାପତିତ୍ବ ରେ କାକଟପୁର ଚନ୍ଦନ ବଜାର ସ୍ଥିତ ଖୁଣ୍ଟିଆ ଟାଓ୍ବାରରେ ଅନୁଷ୍ଠିତ ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ପିସିସି ଉପ ସଭାପତି ବିଶ୍ବଭୂଷଣ ଦାସ, ପୁରୀ ଜିଲ୍ଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ ଯୋଗ ଦେଇଥିଲେ।କଟକଣା ଗ୍ରାପର ସଭାପତି ସେକ୍ ହିମାୟତ ଓ ମନୋଜ କୁମାର ଚାନ୍ଦଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଥିବା ବେଳେ କାକଟପୁର ଗ୍ରାପରୁ ସଭାପତି ନଳିନୀକାନ୍ତ ଦୀକ୍ଷିତ,ସମ୍ପାଦକ ରବିନ୍ଦ୍ର ନାଥ ଦୀକ୍ଷିତ, ଘନଶ୍ୟାମ କାଣ୍ଡିଙ୍କୁ ଅନୁସୂଚିତ ଜାତିର ଅଧ୍ୟକ୍ଷଭାବେ ମନୋନୀତ କରାଯାଇଛି।ବ୍ଳକ କଂଗ୍ରେସ କମିଟିର ଉପ ସଭାପତି ଭାବେ କଟକଣା ଗ୍ରାପରୁ ଅକ୍ଷୟ କୁମାର ଦାସ, ଓ କାକଟପୁର ଗ୍ରାପରୁ କରୁଣାକର ସେନାପତିଙ୍କୁ ସର୍ବସମ୍ମତ୍ତି କ୍ରମେ ମନୋନୀତ କରାଯାଇଛି।ସମସ୍ତେ ଏକ ପ୍ରାଣ ଏକ ମନରେ ନିଜ ନିଜ ପଞ୍ଚାୟରେ କଂଗ୍ରେସ ସଂଗଠନ ବୃଦ୍ଧି କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ସଂପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ସ୍ଵାଇଁ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ।