କଂଗ୍ରେସ ଲୋକସଭା ପ୍ରାର୍ଥୀଙ୍କ ପ୍ରଚାର ଆରମ୍ଭ
ଡେଲାଙ୍ଗ (ଯୁଗାଦ୍ଧ ନ୍ୟୁଜ): କଂଗ୍ରେସ ଦଳର ପୁରୀ ଲୋକସଭା ପ୍ରାର୍ଥୀ ସତ୍ୟଜିତ୍ ନାୟକ ଗୁରୁବାର ସକାଳେ ବେରବୋଇ ଗାନ୍ଧିପୀଠରେ ପହଞ୍ଚି ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଗାନ୍ଧିଙ୍କ ଆଶିର୍ବାଦ ନେଇ ନିର୍ବାଚନ ପ୍ରଚାରରେ ଯାଇଥିଲେ । ତାଙ୍କ ସାଙ୍ଗରେ ପିପିଲି ଓ ଡେଲାଙ୍ଗ ବିଧାନସଭା ପ୍ରାର୍ଥୀ ଅଜିତ ମଙ୍ଗରାଜ ଓ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ । ମଣିଜିପୁର, ବୋଳକଣା, ଗୁଡପାଇଲୋ ଦେଇ ଅଭୟମୁଖୀ ଓ ଧାନକେରା ପଞ୍ଚାୟତଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶାସନ ସମୟରେ କରାଯାଇଥିବା ଦୁର୍ନୀତି ସମ୍ପର୍କରେ ଲୋକଙ୍କୁ କହି କଂଗ୍ରେସକୁ ଜିତାଇବା ପାଇଁ ନିବେଦନ କରିଥିଲେ ।


