କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମାନଙ୍କୁ ନେଇ ସମୀକ୍ଷା ବୈଠକ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ଥାନା ଅଧିନସ୍ଥ ଅବଦାନ ଗ୍ରାମ ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଓ ସମିତି ସଭ୍ୟା ପ୍ରାର୍ଥୀନୀ ମାନଙ୍କୁ ନେଇ ଅବଦାନ କଂଗ୍ରେସ କମିଟି ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଅବଦାନ କଂଗ୍ରେସ କମିଟି ସଭାପତି ବିଚିତ୍ରା ନନ୍ଦ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ବିଶ୍ୱ ଭୁଷଣ ଦାସ, ୮ନଂ ଜୋନ ଜିଲ୍ଲାପରିଷଦ ପ୍ରାର୍ଥୀ କପିଳ ମିଶ୍ର, କାକଟପୁର ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ନେତା ଲକ୍ଷ୍ମୀଧର ଖୁଣ୍ଟିଆ, ବ୍ଲକ ନିର୍ବାଚନ କମିଟି ଅଧ୍ୟକ୍ଷ ଧନେଶ୍ଵର ପାଢୀ, କୁରୁଜଙ୍ଗ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ରୂପାଲି କାଣ୍ଡି, ପୂର୍ବତନ ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର କାନ୍ତ ବିଶ୍ୱାଳ, ଅବଦାନ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନି ଦୀପ୍ତିରେଖା ସ୍ୱାଇଁ, ସମିତି ସଭ୍ୟା ପ୍ରାର୍ଥୀନି ଜ୍ୟୋତିର୍ମୟୀ ପାଢୀ, କୁରୁଜଙ୍ଗ ଗ୍ରାମପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ପ୍ରଶାନ୍ତ କାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଚଳିତ ଗ୍ରାମ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ, ସଭ୍ୟା ପ୍ରାର୍ଥୀ ମାନଙ୍କ ନିମନ୍ତେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ପାଇଁ ପ୍ରଚାର ଜୋରଦାର କରାଯିବ ବୋଲି ବ୍ଲକ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଲକ୍ଷ୍ମୀଧର ଖୁଣ୍ଟିଆ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ