କଂଗ୍ରେସ ସାଂସଦ ପ୍ରାଥୀଙ୍କୁ ବିପୁଳ ସ୍ୱାଗତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ସାଧାରଣ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସ ତାର ଶକ୍ତି ପ୍ରଦର୍ଶନ କରିଛି | କନ୍ଧମାଳ ସାଂସଦ ପ୍ରାଥୀ ଅମୀର ଚାନ୍ଦ ନାୟକଙ୍କୁ ଭଞ୍ଜନଗର କଂଗ୍ରେସ ପକ୍ଷରୁ ବିପୁଳ ସ୍ୱାଗତ କରାଯାଇଛି | ସାଂସଦ ପ୍ରାର୍ଥୀ ଶ୍ରୀ ନାୟକ ଓ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ନିକଟରୁ ବିଶାଳ ଶୋଭାଯାତ୍ରା ରେ ବାହାରି ଚକରା ବିଷୋୟୀ ଛକ ,ଭେଜିପୁଟ , ଷ୍ଟେଟ ବ୍ୟାଙ୍କ ଛକ , ୟୁ ବି ହାଇ ସ୍କୁଲ ଛକ ,ରେଡ଼କ୍ରସ ରୋଡ଼ , ମୁଖ୍ୟ ସଡକ , ତହସିଲ ଛକ ,ବସଷ୍ଟାଣ୍ଡ , ମହାବୀର ଛକ ଦେଇ ସହର ପରିକ୍ରମା କରିଥିଲେ |ସହର ର ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ଉଭୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଏହା ପୂର୍ବରୁ ପ୍ରଶାନ୍ତ ବିଷୋୟୀ ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଗ୍ରସ୍ତ କରି ପୁରୁଖା ଲୋକମାନଙ୍କୁ ଭେଟିଛନ୍ତି |ଗାଁ କୁ ଗାଁ ବୁଲି ଦଳୀୟ ସଂଗଠନ କୁ ସଜାଡିଛନ୍ତି |ଆଗମୀଦିନରେ ଦଳ କିପରି ଭଲ ପ୍ରଦର୍ଶନ କରିବା ସହିତ ବିଜୟଲାଭ କରିବ ସେଥି ପାଇଁ ଶ୍ରୀ ବିଷୋୟୀ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି |


