କଂଗ୍ରେସ ସିପିଆଇ ମଧ୍ୟରେ ଆସନ ବୁଝାମଣା

ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଏଥିରେ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସ ଦୀର୍ଘଦିନ ହେଲା ବୈଠକ ଓ ଆଲୋଚନା କରୁଛି। କିନ୍ତୁ ଆସନ ବୁଝାମଣା ଛିଣ୍ଡୁନି। ଏଭଳି ସ୍ଥିତିରେ ଆସନ୍ତାକାଲି ଆସନ ବୁଝାମଣା ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ତା’ ପୂର୍ବରୁ ପ୍ରାରମ୍ଭିକ ବୁଝାମଣା ଆଧାରରେ ପ୍ରଚାର ଆରମ୍ଭ କଲେଣି ସହଯୋଗୀ ଦଳର ପ୍ରାର୍ଥୀ। ସିପିଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ନାଁ ଥାଇ ନିର୍ବାଚନ ପ୍ରଚାର ଗାଡ଼ି ବର୍ତ୍ତମାନ ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ବୁଲୁଛି। କେବଳ ପ୍ରଚାର ଗାଡ଼ି ନୁହେଁ, ନିର୍ବାଚନ କାର‌୍ୟ୍ୟାଳୟ ମଧ୍ୟ ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଜନାର୍ଦ୍ଦନ। କଂଗ୍ରେସ ସହ ପ୍ରାରମ୍ଭିକ ବୁଝାମଣା ଅନୁଯାୟୀ ପ୍ରଚାର ଆରମ୍ଭ ହୋଇଥିବା କହିଛନ୍ତି ଜନାର୍ଦ୍ଦନ। ଭୁବନେଶ୍ୱର ଲୋକସଭା ଆସନ ସିପିଏମ୍କୁ କଂଗ୍ରେସ ଛାଡ଼ିବ ବୋଲି ଜଣାପଡ଼ିଛିା ଏଥିସହ ବଣେଇ, ନୀଳଗିରି, ରେମୁଣା, ମୋରଡ଼ା, ପାଲଲହଡ଼ା, ବ୍ରହ୍ମଗିରି ଓ ରଣପୁର ବିଧାନସଭା ଆସନ ପାଇଁ ସିପିଏମ୍ ଦାବି କରୁଛି। ସେହିଭଳି କଂଗ୍ରେସ, ସିପିଆଇକୁ ଆସ୍କା ଲୋକସଭା ଆସନ ସମେତ ଛତ୍ରପୁର ଓ ବୌଦ୍ଧ ବିଧାନସଭା ଆସନ ଛାଡ଼ି ସାରିଥିବା ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଛନ୍ତି। ସିପିଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କ ନାଁ ଥାଇ ନିର୍ବାଚନ ପ୍ରଚାର ଗାଡ଼ି ବର୍ତ୍ତମାନ ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳରେ ବୁଲୁଛି। କେବଳ ପ୍ରଚାର ଗାଡ଼ି ନୁହେଁ, ନିର୍ବାଚନ କାର‌୍ୟ୍ୟାଳୟ ମଧ୍ୟ ଆରମ୍ଭ ହୋଇଗଲାଣି। ଭୁବନେଶ୍ୱର ଲୋକସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ଜନାର୍ଦ୍ଦନ। କଂଗ୍ରେସ ସହ ପ୍ରାରମ୍ଭିକ ବୁଝାମଣା ଅନୁଯାୟୀ ପ୍ରଚାର ଆରମ୍ଭ ହୋଇଥିବା କହିଛନ୍ତି ଜନାର୍ଦ୍ଦନ। ଭୁବନେଶ୍ୱର ଲୋକସଭା ଆସନ ସିପିଏମ୍କୁ କଂଗ୍ରେସ ଛାଡ଼ିବ ବୋଲି ଜଣାପଡ଼ିଛିା ଏଥିସହ ବଣେଇ, ନୀଳଗିରି, ରେମୁଣା, ମୋରଡ଼ା, ପାଲଲହଡ଼ା, ବ୍ରହ୍ମଗିରି ଓ ରଣପୁର ବିଧାନସଭା ଆସନ ପାଇଁ ସିପିଏମ୍ ଦାବି କରୁଛି। ସେହିଭଳି କଂଗ୍ରେସ, ସିପିଆଇକୁ ଆସ୍କା ଲୋକସଭା ଆସନ ସମେତ ଛତ୍ରପୁର ଓ ବୌଦ୍ଧ ବିଧାନସଭା ଆସନ ଛାଡ଼ି ସାରିଥିବା ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ