କଂଗ୍ରେସ ସେବାଦଳ ପକ୍ଷରୁ ଗଙ୍ଗାଧର ମହାପାତ୍ରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଓଡ଼ିଶାର ବିଶିଷ୍ଟ ଜନନେତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନ୍‌ଜ୍ଞ ସ୍ୱର୍ଗତ ଗଙ୍ଗାଧର ମହାପାତ୍ରଙ୍କ ୧୬ତମ ଶ୍ରାଦ୍ଧ ଦିବସ ରାଜ୍ୟ କଂଗ୍ରେସ ସେବାଦଳ ପକ୍ଷରୁ କଂଗ୍ରେସ ଭବନରେ ରାଜ୍ୟ ସେବାଦଳ ମୁଖ୍ୟ ତଥା ମୁଖପାତ୍ର ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ପାଳିତ ହୋଇଯାଇଛି ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଶ୍ରଦ୍ଧାଞ୍ଜଳି ଜଣାଇ ବରିଷ୍ଠ କଂଗ୍ରେସ ନେତା ବିଧାୟକ ସୁରେଶ କୁମାର ରାଉତରାୟ କହିଲେ ଯେ, ଗଙ୍ଗାଧର ମହାପାତ୍ର ମଣିଷ ମାନଙ୍କ ଭିତରେ ଦେବତା ଥିଲେ । ସେ ଥିଲେ ଅଜାତଶତ୍ରୁ । ପିଲା ଠାରୁ ବୁଢା ପର୍ଯ୍ୟନ୍ତ ତାଙ୍କୁ ସମସ୍ତେ ଗଙ୍ଗୁ ଭାଇନା ଭାବେ ସମ୍ବୋଧନ କରୁଥିଲେ । ପ୍ରଦେଶ କଂଗ୍ରେସ ପଛୁଆବର୍ଗ ବିଭାଗର ଅଧ୍ୟକ୍ଷ ଜ୍ଞାନଦେବ ବେଉରା ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଗଙ୍ଗାଧର ବାବୁ ଛାତ୍ର ଜୀବନରୁ ନେତା ଥିଲେ । ଖୁବ୍ କମ୍ ବୟସରୁ ସେ ସୁଭାଷ ଚନ୍ଦ୍ର ବୋଷଙ୍କ ସହ ମିଶିବାର ସୌଭାଗ୍ୟ ଅର୍ଜନ କରିଥିଲେ । ପୁରୀ ମ୍ୟୁନିିିସିପାଲିଟିର ସେ ସର୍ବକନିଷ୍ଠ ଅଧ୍ୟକ୍ଷ ଥିଲେ । ପ୍ରଦେଶ କଂଗ୍ରେସ ମୁଖପାତ୍ର ମନୋରଞ୍ଜନ ଦାସ ଶ୍ରଦ୍ଧା ସୁମନ ଜଣାଇ ଗଙ୍ଗାଧର ବାବୁଙ୍କ ମନ୍ତ୍ରୀତ୍ୱ ସମୟରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ହୁଣ୍ଡି ପ୍ରତିଷ୍ଠା ବିଷୟରେ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜ୍ୟୋତିଷ କୁମାର ସାହୁ ସ୍ୱାଗତ ଭାଷଣ ଓ ଶେଷରେ ମହମ୍ମଦ ସାହାଦୁଲ୍ଲା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଡ଼ଭୋକେଟ ଶାନ୍ତନୁ କୁମାର ସାହୁ, ଇଂ ବିବେକାନନ୍ଦ ପାତ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ