କଂଗ୍ରେସ ସେବା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ କଂଗ୍ରେସ ସେବା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଛାତ୍ର କଂଗ୍ରେସ ସଂପାଦକ ସୟଦ୍ ଇମରାନ୍ଙ୍କ ନେତୃତ୍ୱରେ ତରାପୁର ୟୁଥ୍ ୟୁନାଇଟେଡ୍ କ୍ଲବ, ସେକ୍ ଅଜୋ ମଧ୍ୟ ଇଂରାଜୀ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ପ୍ରଦେଶ ଛାତ୍ର କଂଗ୍ରେସ ସଂଯୋଜକ ସାଦ୍ ସିଦ୍ଧିକ୍, ଯୁବନେତା ଜ୍ୟୋତି ରଂଜନ ନାୟକ, ସନାତନ ଜେନା, ହରେକୃଷ୍ଣ ଜେନା, ସୟଦ୍ ମଇଫୁଜ୍ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୋଲାମ ରବାନୀ ସାହାଜୀ, ବିଭୂତି ଜେନା, ସୟଦ୍ ଅରମାନ୍, ଜାକୀରଉଦ୍ଦିନ୍ ସାହାଜୀ, ଫକୀରଉଦ୍ଦିନ୍ ସାହାଜୀ, ରୂପକ ଜେନା, ସେକ୍ ତହିସିନ୍ଙ୍କ ସମେତ ଛାତ୍ର କଂଗ୍ରେସ ଓ ସେବାଦଳର କର୍ମକର୍ତ୍ତା ମାନେ ସହାୟତା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ