କଂସାରୀଗଣ୍ଡ ଅନ୍ତଃ ସ୍ରୋତଜଳାଶ୍ରୟ ପ୍ରକଳ୍ପର (ପୋଟଲାମପୁର -ବରଦା )ନିର୍ମାଣ କାର୍ଯ୍ୟ ଚାଲିଛି

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ନିର୍ବାଚନ ମଣ୍ଡଳୀବାସୀଙ୍କ ବହୁ ବର୍ଷ ଧରି ରହିଥିବା ଆଶାକୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପୂରଣ କରିଛନ୍ତି, କଂସାରୀଗଣ୍ଡ ଅନ୍ତଃ ସ୍ରୋତଜଳାଶ୍ରୟ ପ୍ରକଳ୍ପ (ପୋଟଲାମପୁର -ବରଦା )ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତ୍ରପୁର ଗ୍ରସ୍ତ ରେ ଆସି ୨୦୨୩ମାର୍ଚ୍ଚ ୨୬ତାରିଖ ଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁ ରହିଥିବା ରୁ ଆଜି କାର୍ଯ୍ୟସ୍ଥଳୀ ନିକଟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ଫଳକ କୁ ଛତ୍ରପୁର ରୁ ଆଣି ସେଠାରେ ସ୍ଥାପନ କରାଯାଇଥିଲା, ଏହି ଅବସର ରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁ ନାଥ ସ୍ୱାଇଁ, ରାକେଶ ରଞ୍ଜନ ଦାଶ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନଙ୍କ ସମେତ ବହୁ ଅଂଚଳବାସୀ ଏବଂ ମିଶନ ଶକ୍ତି ର ସଭ୍ୟା ମାନେ ଉପସ୍ଥିତ ଥିଲେ, ଏହି ପ୍ରକଳ୍ପ ନିମନ୍ତେ ଛତ୍ରପୁର ବ୍ଲକ ଅଞ୍ଚଳବାସୀ ବହୁ ଦିନର ପ୍ରତୀକ୍ଷା ରହିଥିବାରୁ ତାହା ଖୁବ ଶୀଘ୍ର ପୂରଣ ହେବ, ଆବଶ୍ୟକ ଅନୁଯାୟୀ ପିଇବା ପାଣି ଠାରୁ ଆରମ୍ଭ କରି ଚାଷୀଙ୍କ ଚାଷ ପାଇଁ ଆଉ ପାଣିର ଅଭାବ ରହିବ ନାହିଁ l ଋଷିକୂଲ୍ୟା ନଦିର କଂସାରୀ ଗଣ୍ଡ ଠାରେ ଜଳ ସଂରକ୍ଷଣ ନିମନ୍ତେ (ବ୍ୟାରେଜ )ପ୍ରକଳ୍ପ ମଞ୍ଜୁରୀ କରି ନିର୍ବାଚନମଣ୍ଡଳୀବାସୀଙ୍କୁ ଅପୂର୍ଵ ଭେଟି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ, ଏହି ପରିପ୍ରେକ୍ଷୀ ରେ ମୁଖ୍ୟମନ୍ତ୍ରୀ ଓ ୫ ଟି ଅଧ୍ୟକ୍ଷ ଙ୍କୁ ବ୍ରହ୍ମପୁର ସାଂସଦ ଓ ଛତ୍ରପୁର ବିଧାୟକ ଙ୍କ ପକ୍ଷରୁ କୃତଜ୍ଞତା ପ୍ରଦାନ କରାଯାଇଛି, ଜଳ ସମ୍ପଦ ବିଭାଗ ପକ୍ଷରୁ ଋଷିକୁଲ୍ୟା ନଦୀରେ ୧୫୨ କୋଟି ୧୦ଲକ୍ଷ ବ୍ୟୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲିଛି l ଏହି ପ୍ରକଳ୍ପଟି ୫ ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କ ସ୍ବପ୍ନର ପ୍ରକଳ୍ପ ଥିଲା ସେ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ଏହି ପ୍ରକଳ୍ପ ନିମନ୍ତେ ବହୁ ଚିନ୍ତାକରିଥିଲେ, ତାହାକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି, ଏହି ପ୍ରକଳ୍ପ ଦ୍ୱାରା ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ଓ ଗଞ୍ଜାମ ବ୍ଲକ, ଛତ୍ରପୁର ଓ ଗଞ୍ଜାମ ଏନଏସି ସମେତ ବ୍ରହ୍ମପୁର ସହର ଲୋକଙ୍କୁ ମିଳିବ ବିଶୁଦ୍ଧ ପାଣି । ଏହାସହ ଛତ୍ରପୁର ବ୍ଲକ, ଗଞ୍ଜାମ ବ୍ଲକ ଓ ପୁରୁଷୋତ୍ତମପୁର ବ୍ଲକ କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା , ଭୂତଳ ଜଳସ୍ତର ଉନ୍ନତି ଓ ୧୬୪ ହେକ୍ଟର ପରିମିତ ଅଚଂଳରେ ଆହୁରି ସହଜ ହୋଇପାରିବ ମାଛ ଚାଷ। ଏହାସହ ବିଭିନ୍ନ ଶିଳ୍ପ କାରଖାନାକୁ ମଧ୍ୟ ପାଣି ଯୋଗାଇବାରେ ସହାୟକ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ