କଂସାର ପଂଚାୟତରେ କରୋନା ସଚେତନତା ଓ ମାସ୍କ ବାଂଟିଲେ ପୂର୍ବତନ ବିଧାୟକ କିଶୋର

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତରେ ଲୋକମାନଙ୍କୁ କରୋନା ସମ୍ପର୍କରେ ସଚେତନ କରିବା ସହିତ ମାସ୍କ ବଂଟନ କରିଛନ୍ତି । କରୋନା ମହାମାରୀର ଭୟାବହତା ସମ୍ପର୍କରେ ଶ୍ରୀ ତରାଇ ପଂଚାୟତବାସୀଙ୍କୁ ବୁଝାଇବା ସହିତ ବିନା ଆବଶ୍ୟକତାରେ ଘରୁ ପଦାକୁ ନବାହାରିବା ଓ ବାହାରକୁ ଗଲେ ମାସ୍କ ପିନ୍ଧିବା ଏବଂ ହାତକୁ ସାବୁନରେ ବାରମ୍ବାର ଧୋଇବା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରିଥିଲେ । ଶ୍ରୀ ତରାଇଙ୍କ ସହିତ ପଂଚାୟତ ସଭାପତି ଗଣେଶ୍ୱର ନାୟକ,ଏଣ୍ଡର ଗ୍ରାମର ପର୍ଶୁରାମ ଜେନା, ପୂର୍ବତନ ସରପଂଚ ଅମୀୟ ସେଠୀ, ଅଭୟ ସେଠୀ, ଜିଲ୍ଲା କୃଷକ ବିଜେଡି ସଭାପତି ସୈାମ୍ୟରଞ୍ଜନ ଦାସ, ସରୋଜ ମହାନ୍ତି, ସୁଶାନ୍ତ ମହାପାତ୍ର, ବ୍ରଜକିସୋର ରାଉତ, ସମାଜସେବୀ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଟ୍ରାକ୍ଟର ଓଲଟିପଡି ପାଳକଣା ଗ୍ରାମର ମୃତ୍ୟୁବରଣ କରିଥିବା ୨ମୃତକଙ୍କ ଶବ ବ୍ୟବଛେଦ ତୁରନ୍ତ କରାଯିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚି ବ୍ୟବସ୍ଥା କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ ପୂର୍ବତନ ବିଧାୟକ ଶ୍ରୀ ତରାଇ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ