କଂସାର ପଞ୍ଚାୟତରେ ନୂତନ ମାର୍କେଟ କମ୍ପେ୍ଲକ୍ସ ଉଦଘାଟିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତରେ ଏକ ନୂତନ ମାର୍କେଟ କମ୍ପେ୍ଲକ୍ସ ଗୃହ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ କଂସାର ପଞ୍ଚାୟତ ସରପଞ୍ଚପ୍ରଦ୍ୟୁମ୍ନ କୁମାର ଜେନାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ରାପଡା ବିଡିଓ ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନବ ନିର୍ମିତ ମାର୍କେଟ କମ୍ପେ୍ଲକ୍ସ ଗୃହକୁ ଉଦଘାଟନ କରିଥିଲେ । ୩୪ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ଏହି ମାର୍କେଟ କମ୍ପେ୍ଲକ୍ସରେ୧୪ଟି ଦୋକାନ ଗୃହ ନିର୍ମିତ ହୋଇଥିବା ସରପଞ୍ଚ ଶ୍ରୀ ଜେନା ସୂଚନା ଦେଇଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରା, ସହକାରୀ ଯନ୍ତ୍ରୀ ଆକୁଳି ଚରଣ ସାହୁ, କନିଷ୍ଠ ଯନ୍ତ୍ରୀ ବନ୍ଦିତା ବେହୁରା, ଦିପ୍ତିରଞ୍ଜନ ମହାପାତ୍ର, ଚନ୍ଦ୍ରକାନ୍ତ ବେହେରା, ବଂଶୀଧର ସାମଲ, ଉତ୍ତମ ସ୍ୱାଇଁ, ଶ୍ରୀବତ୍ସ ସ୍ୱାଇଁ, ଗିରିଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ