କଂସାର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ସ୍ୱାଗତିକାଙ୍କ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ସ୍ୱାଗତିକା ଜେନା ବୁଧବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ଜେନା ହେଉଛନ୍ତି କଂସାର ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ଜେନାଙ୍କ ଧର୍ମପତ୍ନୀ । ସରପଞ୍ଚଶ୍ରୀ ଜେନା କଂସାର ପଞ୍ଚାୟତରେ ଯେଉଁସବୁ ବିକାଶ ମୂଳକ କାର୍ଯ୍ୟ କରିଛନ୍ତି ସେହିସବୁକୁ ପାଥେୟ କରି ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଶ୍ରୀମତୀ ଜେନା ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରିବେ । ଶ୍ରୀମତୀ ଜେନାଙ୍କ ସମେତ କଂସାର ପଞ୍ଚାୟତରେ ଆଜି ସୁଦ୍ଧା ୨ଜଣ ସରପଞ୍ଚ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ