କଂସାର ସାହାସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବୀତରଣ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର କଂସାର – ସାହାସପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କଂସାର ସରପଞ୍ଚ ସରୋଜିନୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟର ୨୭୬ଜଣ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ କରିଥିଲେ । ଅନ୍ୟମାନଙ୍କ ଚନ୍ଦନପୁର ସ୍କୁଲର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ରାଉତ, ରବିନ୍ଦ୍ର ନାଥ ପଣ୍ଡା, ଶିକ୍ଷା କମିଟି ଅଧ୍ୟକ୍ଷ ରମେଶ ଚନ୍ଦ୍ର ସେଠୀ, ପ୍ରଦୀପ ପରିଡା,ଶିକ୍ଷକ ଦିଲ୍ଲିପ କୁମାର ଦାସ, ରଞ୍ଜନ କୁମାର ଦାସ, ରମେଶ ଚନ୍ଦ୍ର ପ୍ରଧାନ, ଜ୍ଞାନରଞ୍ଜନ ରାଉତ, ନିର୍ମଳ ଚନ୍ଦ୍ର ଖଟୁଆ, ରଶ୍ମିତା ଦାସ, ଭକ୍ତିଲତା ମହାରଣା, କୈାଶଲ୍ୟା ନାୟକ, ପୂର୍ଣ୍ଣିମା ପ୍ରିୟଦର୍ଶିନୀ ଚୈାଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।