କଅଁଳ ହାତରେ ଜଗଜ୍ଜନନୀ ମା’ କାଳୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଆଲୋକର ପର୍ବ ଦୀପାବଳି । ଭାରତୀୟ ସଂସ୍କୃତି, ପରମ୍ପରାର ଶ୍ରେଷ୍ଠ ନିଦର୍ଶନର ପର୍ବ ହେଉଛି ଦୀପାବଳି । ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଜ୍ଜନନୀ ମା’ କାଳୀ । ଯୁଗେ ଯୁଗେ ସନ୍ଥ ପାଳନ ଏବଂ ଦୁଷ୍ଟ ଦଳନ ନିମନ୍ତେ ମା’ ବିଭିନ୍ନ ରୂପରେ ଆର୍ବିଭୂତା ହୋଇଥାନ୍ତି । ଦଶ ମହାବିଦ୍ୟା ମଧ୍ୟରୁ ପ୍ରଥମ ମହାବିଦ୍ୟା ହେଲେ ମା’ କାଳୀ । ଅନ୍ୟାୟର ପ୍ରତିରୋଧ ଏବଂ ଦୁଷ୍ଟ ଶକ୍ତିର ବିନାଶ ନିମନ୍ତେ ସେ ବିଭିନ୍ନ ସମୟରେ କରାଳ ରୂପ ଧ।।ରଣ କରିଥାନ୍ତି । ସେହି ଦୟାମୟୀ, କରୁଣାମୟୀ, ସୃଷ୍ଟିକାରିଣୀ, ଅଭୟ ପ୍ରଦାୟିନୀଙ୍କୁ ଶ୍ରଦ୍ଧା, ଭକ୍ତିର ସହ ‘ସୁପର କ୍ଲେ’ ରେ ନିର୍ମାଣ କରିଛନ୍ତି ୯ ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଏଥିରେ ଦର୍ଶାଇଛନ୍ତି ଶିବଙ୍କ ଶରୀରରେ ପଦପାଦ । କମ୍ ବୟସରେ ଶାନ୍ତନୁଙ୍କର ଏହି କଳାକୃତି ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି ।