କଇଁଛ ଙ୍କୁ ସୁରକ୍ଷା ଦେବାକୁ ଶପଥ ପାଠ 

ନିମାପଡା, (ସନ୍ତୋଷ ଦାଶ) :-ଆଜି ଥିଲା ବିଶ୍ଵ କଇଁଛ ଦିବସ । ଏହି ଅବସରରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ଠାରେ ସ୍ୱେଚ୍ଛାସେବୀ ଯୁବକ ମାନେ ବାଲି ରେ କଇଁଛ ର ମୂର୍ତ୍ତି ନିର୍ମାଣ କରି ତା ନିକଟରେ କଇଁଛ ମାନଙ୍କୁ ସୁରକ୍ଷା ଦେବାକୁ ଏକତ୍ର ଶପଥପାଠ କରିଥିଲେ। କଇଁଛ ମାନେ ହେଉଛନ୍ତି ମତ୍ସ୍ୟଜିବୀ ଙ୍କ ବନ୍ଧୁ । ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଛ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ଆସି ଅସ୍ତରଙ୍ଗ ଉପକୂଳ ଅଞ୍ଚଳ ରେ ଅଣ୍ଡା ଦେଇଥାନ୍ତି । ଟ୍ରଲର ମାଡ଼ରେ ଓ ମତ୍ସ୍ୟଜିବୀ ଙ୍କ ଜାଲରେ ପଡ଼ି ଅନେକକଇଁଛ ଙ୍କ ଅକାଳ ମୃତ୍ୟୁ ଘଟୁଛି । ଏଣୁ ମତ୍ସ୍ୟଜିବୀ ମାନଙ୍କୁ ସଚେତନ କରି କଇଁଛ ମାନଙ୍କୁ ସୁରକ୍ଷା ଦେବାକୁ ଉକ୍ତ ଯୁବ ସ୍ୱେଚ୍ଛାସେବୀ ମାନେ ଆଜି ଶପଥ ନେଇଥିଲେ । ରାଜ୍ୟ ସରକାର ଙ୍କ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ପୁରସ୍କାରପ୍ରାପ୍ତ ସ୍ୱେଚ୍ଛାସେବୀ ବିଚିତ୍ରାନନ୍ଦ ବିଶ୍ଵାଳ ଙ୍କ ନେତୃତ୍ଵ ରେ ଶରତ କୁମାର ସ୍ଵାଇଁ, ବସନ୍ତ ସ୍ଵାଇଁ, ପ୍ରିୟବ୍ରତ ସ୍ଵାଇଁ, ଚିନ୍ମୟ ପରିଡ଼ା, ସୌମ୍ୟରଞ୍ଜନ ଗୟା, ହିମାଂଶୁ ସ୍ଵାଇଁ, ବିଶ୍ୱଜିତ୍ ବିଶ୍ଵାଳ ପ୍ରମୁଖ ଯୁବ ସ୍ୱେଚ୍ଛାସେବୀ ମାନେ ଶପଥ ପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ