କଇଁଫୁଲିଆ ଗ୍ରାମରେ ଅଷ୍ଟପ୍ରହରୀ ସଂକୀର୍ତ୍ତନ ମହୋତ୍ସବ
ବେତନଟୀ,(ଉଦିତ କୁମାର ପରିଡା):ବେତନଟୀ ନିକଟସ୍ଥ କଇଁଫୁଲିଆ ଗ୍ରାମର ରାଧାକୃଷ୍ଣ ଯୁବକ ସଂଘ ଆନୁକୂଲ୍ୟରେ ଫେବୃଆରୀ ୨୫ ଓ ୨୬ ଦୁଇ ଦିନ ଧରି ଏହାର ୧୫ତମ ବାର୍ଷିକ ଅଷ୍ଟପ୍ରହରୀ ସଂକୀର୍ତ୍ତନ ମହୋତ୍ସବ ଉଦଯାପିତ ହୋଇଯାଇଛି। ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ପ୍ରାରମ୍ଭରେ ସହ ସହ ଶ୍ରଦ୍ଧାଳୁଙ୍କ ଦ୍ୱାରା ଘଟଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା। ଏହାପରେ ସଂକୀର୍ତ୍ତନ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଅନ୍ନଛତ୍ର ବଣ୍ଟନ ମଧ୍ୟ ସେହି ସମୟରରୁ ଉଦଯାପିତ ହେବା ପର୍ଯ୍ୟନ୍ତ ୨୪ଘଣ୍ଟା ଧରି ଚାଲୁ ରହିଥିଲା। ଆଖପାଖ ଗାଁର ହଜାର ହଜାର ଶ୍ରଦ୍ଧାଳୁ ଏହି ପ୍ରସାଦ ସେବନରେ ଭାଗ ନେଇଥିଲେ। ସଂକୀର୍ତ୍ତନ ନିମନ୍ତେ ବହୁ ବଡ ବଡ ସଂକୀର୍ତ୍ତନ ଦଳ ଉପସ୍ଥିତ ରହି ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ କଇଁଫୁଲିଆ ରାଧାକୃଷ୍ଣ ଯୁବକ ସଂଘର ସମସ୍ତ ସଦସ୍ୟ ସମ୍ପୂର୍ଣ୍ଣ ରୂପେ ସହଯୋଗ କରି ମହୋତ୍ସବକୁ ସଫଳ କରିଥିଲେ।