କଇଠଖଣ୍ଡି ଅଙ୍ଗନୱାଡ଼ି କେନ୍ଦ୍ର ପକ୍ଷରୁ ଘରେ ଘରେ ପୃଷ୍ଟି ପ୍ରୟାସ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ଶିଶୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଦୂର କରିବା ଏବଂ ସେମାନଙ୍କୁ ସୁଷମ ଖାଦ୍ୟ ଯୋଗାଇବା ନେଇ ବୁଧବାର ଘରେ ଘରେ ପୃଷ୍ଟି ପ୍ରୟାସ ସମ୍ପର୍କିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୈାଡ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଅଭିଭାବକ ମାନଙ୍କୁ ବିଭିନ୍ନ କିସମର ଚାରା ବଣ୍ଟନ କରିଥିଲେ। ଖବରନୁଯାୟୀ , ଗ୍ରାମରେ ରହିଥିବା ଅଙ୍ଗନୱାଡ଼ି କେନ୍ଦ୍ର ପରିସରରେ ବହୁ ଶିଶୁଙ୍କ ନିକଟରେ ଏମୋନିଆ ଭଳି ରୋଗ ଲକ୍ଷଣ ଚିହ୍ନଟ ଏବଂ ଶରୀରରୁ ଓଜନ କମିବା ନେଇ ପୂର୍ବରୁ ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ଗଞ୍ଜାମ ଜିଲା ପ୍ରଶାସନକୁ ଅବଗତ କରାଇଥିଲେ । ଯାହାଫଳରେ ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କ ନେତୃତ୍ବରେ ସରପଞ୍ଚ ଙ୍କ ସମେତ ଉଦ୍ୟାନ ଅଧିଦର୍ଶକ ସିମାଞ୍ଚଳ ଜେନା , କର୍ମକର୍ତ୍ତା ମଙ୍ଗୁଳୁ ସେଠୀ ଓ ଅଙ୍ଗନୱାଡ଼ି କର୍ମୀ ବୃନ୍ଦ ଉପସ୍ଥିତ ରହି ଶିଶୁଙ୍କ ମାଆ ମାନଙ୍କୁ ବିଭିନ୍ନ କିସମର ସୁଷମ ଚାରା ବଣ୍ଟନ କରିଥିଲେ । ଯଦ୍ବାରା ଏହି ଚାରାକୁ ସେମାନେ ନିଜ ଘର ବାରି ରେ ରୋପଣ କରିବା ସହ ସେଥିରୁ ସୃଷ୍ଟି ସୁଷମ ଫଳ ଖାଇବା ଦ୍ୱାରା ଶିଶୁଙ୍କ ସ୍ବାସ୍ଥ୍ୟ ପକ୍ଷେ ଉପଯୁକ୍ତ ସହାୟ ହୋଇପାରିବ ବୋଲି ଜଣାପଡିଛି ।