କଇଠଖଣ୍ଡି ରେ  ଧାନମଣ୍ଡି ଉଦଘାଟିତ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ   ଧାନମଣ୍ଡି କୁ  ସ୍ଥାନୀୟ ସରପଞ୍ଚ ମନୋରଞ୍ଜନ ଗୈାଡ ବୁଧବାର ଉଦଘାଟନ କରିଛନ୍ତି। ଧନମଣ୍ଡି ଉଦଘାଟନୀ କାର୍ଯ୍ୟକ୍ରମରେ କଇଠଖଣ୍ଡି ରାଜସ୍ବ ନୀରିକ୍ଷୀକା ସରସ୍ଵତୀ କହଁର , ଖମ୍ବାରୀ ଗାଁ ରାଜସ୍ବ ନୀରିକ୍ଷୀକା ସଂଯୁକ୍ତା ମହାପାତ୍ର , ସମବାୟ ସମିତି ସଭାପତି ସିମାଞ୍ଚଳ ପାଣିଗ୍ରାହୀ , ସମ୍ପାଦକ ଜ୍ୟୋତି ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଚଳିତ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ସରକାରଙ୍କ ଦ୍ଵାରା ମଣ୍ଡି ରେ ସାଧାରଣ ଧାନର ଧାର୍ଯ୍ଯଦର କ୍ଵିଣ୍ଟାଲ ପ୍ରତି ୨୦୪୦ ଟଙ୍କା ରହିଥିବା ବେଳେ ଗ୍ରେଡ ଏ ଧାନର ମୂଲ୍ୟ ୨୦୬୦ ଟଙ୍କା ରହିଥିବା ଜଣାପଡିଛି । ଧାନମଣ୍ଡି ଉଦଘାଟନୀ ସମୟରେ  ବହୁ ଚାଷୀ ଓ ମିଲମାଲିକ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ