କଉଡ଼ିଆ ଗ୍ରାମ ରୁ କୃଷ୍ଣସାର ମୃଗ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଉଡ଼ିଆ ଗ୍ରାମ ରୁ କୃଷ୍ଣସାର ମୃଗ କୁ ପୋଖରୀ ରୁ ଗ୍ରାମ ବାସି ଉଦ୍ଧାର କରି ବନ ବିଭାଗ କର୍ମଚାରୀ ଙ୍କୁ ହସନ୍ତର କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଏକ କୃଷ୍ଣସାର ମୃଗ ନିକଟ ଜଙ୍ଗଲ ରୁ ବାହାରି ଜନବବସତି ଆଡ଼କୁ ଚାଲି ଆସିଥିଲା | ହରିଣ ଟିକୁ ଦେଖୀ ବୁଲା କୁକୁର ମାନେ ଘେରି ଯାଇ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ ମୃଗ ଟି ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ଏକ ପୋଖରୀ ଭିତରେ ପଶିଯାଇଥିଲା | ଗ୍ରାମ ବାସି ହରିଣ ଟିକୁ ଦେଖୀ ସେଠାରୁ ଉଦ୍ଧାର କରି ଗ୍ରାମ ବାସି ଜଙ୍ଗଲ ବିଭାଗ କୁ ସୂଚନାଦେଇଥିଲେ |ଖବର ପାଇ ଦିଗପହଣ୍ଡି ବନାଞ୍ଚଳ ର ସାହସପୁର ବାନପାଳ ଅରୁଣ କୁମାର ଦାଶ ଙ୍କ ସହିତ ବନସଂରକ୍ଷଣକାରିଣୀ ଭାରତୀ ବେହେରା ଏବଂ ବନକର୍ମଚାରୀ କଉଡ଼ିଆ ଗ୍ରାମ ରେ ପହଞ୍ଚି ହରିଣ ଟିକୁ ଉଦ୍ଧାର କରି ପଶୁ ଚିକିତ୍ସାଳୟ ରେ ଚିକିତ୍ସା କରି ଥିଲେ | ପରେ ହରିଣ ଟି ସୁସ୍ଥ ଥିରୁ ତାକୁ ପ୍ରତାପଗିରି ଗ୍ରାମ ନିକଟ ଜଙ୍ଗଲ ରେ ଛାଡି ଦଇଥିବା ସୂଚନା ଦେଇଛନ୍ତି ବନପାଳ | ବନ୍ୟପ୍ରଣୀ ଜନବସତି ମୁହାଁ ହେଉଛନ୍ତି ଏହାର ନିରକାରଣ କରିବା ଜରୁରୀ ବୋଲି ଅଞ୍ଚଳ ବାସି ମତପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ