କଏଦିର ମୃତ୍ୟୁଦଣ୍ଡ ରାୟ ଶୁଣି ଅନ୍ୟ କଏଦୀର ମୃତ

କେନ୍ଦୁଝର : କେନ୍ଦୁଝର ଜିଳ୍ଲା ଜଣେ କଏଦୀର ଅସ୍ୱାଭବିକ ଭାବେ ମୃତ୍ୟୁ ହୋଇଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଜଣେ ୩ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ଜିଲ୍ଲା ଦୈାରାଜଜ୍ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ରାୟ ଶୁଣାଇଥିବା ବେଳେ ଅନ୍ୟ ଜଣେ କଏଦୀ ସମାନ ପାପ କରିଥିବାରୁ ତାଙ୍କୁ ବି ମୃତ୍ୟୁ ଦଣ୍ଡାଦେଶ ହେବ ବୋଲି ଭାବି ତାଙ୍କର ମୃତ୍ୟୁ ହୋଇଥିବା ଆଲୋଚନା ଚାଲିଥିବା ବେଳେ ତାଙ୍କର ହୃଦଘାତ ଜନି୍‌ତ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି । ସୂଚନା ଯୋଗ୍ୟ ୨୦୧୭ ମସିହାରେ ଚମ୍ପୁଆ ଥାନା ଅଧିନସ୍ଥ ଶଶାଙ୍ଗ ଗ୍ରାମରେ ସୁନିଲ ଜଣେ ୩ ବର୍ଷିୟ ନାବାଳିକାଙ୍କୁ ଦୁଷ୍କର୍ମ କରି ହତ୍ୟା ଘଟଣାରେ କୋର୍ଟ ଅଭିଯୁକ୍ତ ସୁନିଲକୁ ଫାଶୀ ଦଣ୍ଡ ଶୁଣାଇଥିଲେ । ସୁନିଲଙ୍କ ଭଳି ଜେଲର କଏଦୀ ତୁରୀ ମୁଣ୍ଡି ମୃତ୍ୟୁଦଣ୍ଡ ମିଳିବ ବୋଲି ଭାବି ଚିନ୍ତିତ ଥିଲେ । ତେବେ ହୃଦଘାତ କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ବୋଲି ଅନୁମାନ କରାଯାଉଛି । ଶବବ୍ୟେବଚ୍ଛେଦ ପରେ ତାଙ୍କର ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ