କଏଦୀଙ୍କ ପାଇଁ ଅନ୍ଲାଇନ୍ ଶପିଂ ପ୍ଲାଟ୍ଫର୍ମ
ଚାଇନାର ଗୁଆଙ୍ଗଡଙ୍ଗ ନିକଟରେ ଥିବା ଜେଲର କଏଦୀମାନଙ୍କ ପାଇଁ ଅନ୍ଲାଇନ୍ ଶପିଂ ପ୍ଲାଟଫର୍ମ ଆରମ୍ଭ ହୋଇଛି । ଏହା ଜରିଆରେ କଏଦୀମାନେ ମାସକୁ ୩ ହଜାର ଟଙ୍କାର ସାମଗ୍ରୀ କିଣିପାରିବେ । ଲଗ୍ଇନ୍ କରିବାକୁ ହେଲେ ପାସ୍ୱାର୍ଡ କିମ୍ବା ଫିଙ୍ଗରପ୍ରିଣ୍ଟ ବ୍ୟବହାର କରି କଏଦୀମାନେ ଅନ୍ଲାଇନ୍ ଶପିଂ କରିପାରିବେ । ଏଥିପାଇଁ ପ୍ରଶାସନ କାଙ୍ଗହୁଆ ଜେଲ୍ରେ ଜାନୁଆରିରୁ ଏପ୍ରିଲ ମଧ୍ୟରେ ପରୀକ୍ଷାମୂଳକ ଭାବେ ଏକ ପାଇଲଟ୍ ପ୍ରୋଜେକ୍ଟ ଚଳାଇଥିଲେ । ଯାହା ସଫଳ ହୋଇଛି । ଏଥିରେ କଏଦୀମାନେ ୧୩ ହଜାର ଟଙ୍କାର ଶପିଂ ପାଇଁ ଅର୍ଡର କରିଥିଲେ ।
ଏପରି କିଛି ବିପଦସଙ୍କୁଳ ହ୍ରଦ: ଯେଉଁଠିକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସହ ସମାନ
ଦୁନିଆରେ ଏପରି କିଛି ସ୍ଥାନ ରହିଛି, ଯେଉଁ ସ୍ଥାନକୁ ଯିବା ବ୍ୟକ୍ତିଙ୍କ ପାଇଁ ବିପଦ ହୋଇଥାଏ । କେଉଁଠି ପାହାଡ଼ ତ କେଉଁଠି ଜଙ୍ଗଲ ବିପଦସଙ୍କୁଳ ସ୍ଥାନ ହୋଇଥାଏ । ଏସବୁ ସ୍ଥାନରେ ଟିକିଏ ଭୁଲ୍ରେ ଜୀବନ ଯିବାର ଆଶଙ୍କା ଥାଏ । ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବାଲି କୁହାଯାଏ । ତେବେ ଜାଣନ୍ତୁ ଏଭଳି କିଛି ବିପଦସଙ୍କୁଳ ହ୍ରଦ ସମ୍ପର୍କରେ ।
ବିସ୍ଫୋରକ ହ୍ରଦ କେଭୁ:
କେଭୁ ବିପଦସଙ୍କୁଳ ଜାଗା ମଧ୍ୟରୁ ଗୋଟିଏ । ଏହି ହ୍ରଦର ପାଣିରୁ ଅଧିକ ମାତ୍ରାରେ କାର୍ବନଡାଇଅକ୍ସାଇଡ ଅଥବା ଅଙ୍ଗାରକାମ୍ଳ ମିଳିବା ସହିତ ହାଇଡ୍ରୋକାର୍ବନ ଗ୍ୟାସ ମଧ୍ୟ ମିଳିଥାଏ । ଏଠାରେ ସାମାନ୍ୟ ଭୂକମ୍ପରେ ବିସ୍ଫୋରଣ ହୋଇଥାଏ?
ହିମାଳୟର ରୂପକୁଣ୍ଡ ହ୍ରଦ
୧୯୪୨ ମସିହାରେ ବ୍ରିଟିଶ ଆର୍ମି ଏହି ହ୍ରଦରେ ୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କହିଥିଲେ । ଏମାନଙ୍କ ମୃତ୍ୟୁ ରହସ୍ୟମୟ ଥିଲା । ଏଣୁ ଏହି ହ୍ରଦରେ ପହଁରିବା ନିଷିଦ୍ଧ କରାଯାଇଛି ।
ମିଶିଗାନ ୟୁଏସ୍ଏର ଏକ ହ୍ରଦ
ଏହି ହ୍ରଦ ଦେଖିବାକୁ ବହୁତ ସୁନ୍ଦର । କୁହାଯାଏ ହ୍ରଦରୁ ବିଷାକ୍ତ ଗ୍ୟାସ ବାହାରି ଥାଏ । ଏଣୁ ହ୍ରଦ ପାଖରେ ଥିବା ସମସ୍ତ ଜୀବଙ୍କ ମୃତ୍ୟୁର କାରଣ ହୋଇଥାଏ । ବୈଜ୍ଞାନିକଙ୍କ ମତ ଅନୁଯାୟୀ ହ୍ରଦ ତଳେ ଆଗ୍ନେୟଗିରି ରହିଥିବାରୁ ଏପରି ହୋଇଥାଏ । ଅଙ୍ଗାରକାମ୍ଳ ପାଣିରେ ମିଶି ବାଦଲ ବାଷ୍ପ ଆକାରରେ ଘୂରି ବୁଲୁଥାଏ ।
ଫୁଟନ୍ତା ହ୍ରଦ ଡାମିନିକା:
ଏହି ହ୍ରଦର ତାପମାତ୍ରା ୯୨ ଡିଗ୍ରୀ ସେଲସିୟସ ରହିଥାଏ । ଆଗ୍ନେୟଗିରି ରହିଥିବାରୁ ଏହି ହ୍ରଦ ସବୁବେଳେ ଉତ୍ତପ୍ତ ରହିଥାଏ । ତେଣୁ ଏଠାକୁ ଯିବା ସମୟରେ ସତର୍କ ରହିବା ଜରୁରୀ ।


