କଙ୍କଡ଼ାଗୁଡ଼ା ଶବର ସମାଜର ସମ୍ମିଳନୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଳକ ପୁଟୁରୁପଡ଼ା ପଞ୍ଚାୟତ ତୁମନ ଗ୍ରାମରେ କଙ୍କଡାଗୁଡ଼ା କେନ୍ଦ୍ର କାର୍ଯ୍ୟାଳୟ ପକ୍ଷରୁ ଅଷ୍ଟମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶବର ସମାଜ କଲ୍ୟାଣ ସମିତି କେନ୍ଦ୍ର ସଭାପତି ମାଧବ ମଣ୍ଡଳଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଝାମ୍ପୁରା ରଇତ ମୁଖ୍ୟ ଅତିଥି, ଲିଙ୍ଗରାଜ କାର୍ଜି ମୁଖ୍ୟବକ୍ତା, ସର୍ବୋଚ୍ଚ ସଭାପତି ଦଳପତି ମଣ୍ଡଳ, ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶବର ସମାଜ ପାଇଁ ହିନ୍ଦୁ ସଂସ୍କୃତି ଓ ପରମ୍ପରା ବଞ୍ଚି ରହିଛି ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ | କଙ୍କଡାଗୁଡ଼ା କେନ୍ଦ୍ର ଅଧୀନସ୍ଥ ୧୬ଖଣ୍ଡ ଗ୍ରାମରୁ ୩ଶହରୁ ଊର୍ଦ୍ଧ ଉପସ୍ଥିତ ଥିଲେ । ସେମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଛାତ୍ର ସଂସଦ ସମ୍ପାଦକ ସୋମନାଥ ମଣ୍ଡଳ ମଞ୍ଚ ପରିଚାଳନା କରିଥିବା ବେଳେ ରେଙ୍କା ମଣ୍ଡଳ, ଅର୍ଜୁନ ରଇତଙ୍କ ସମେତ ଶିକ୍ଷକବୃନ୍ଦ ଓ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ