କଙ୍କୋରଡାମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ) : ସାନଖେମୁଣ୍ଡି ବିଜେପିର କଙ୍କୋରଡା ମଣ୍ଡଳସ୍ଥରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି | ଆଡ଼ପଡ଼ା ଈଶାଣେଶ୍ୱର ଶୈବପୀଠ ଠାରେ ମଣ୍ଡଳ ସଭାପତି ରଞ୍ଜିତ କୁମାର ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟଅତିଥିଭାବେ ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗ ଦେଇ ଉଦଘାଟନକରିବାସହ ବିଜେପିର ଉତ୍ପତ୍ତି ଦେଶପ୍ରତି ଅବଦାନ ଭାରତୀୟ ରାଜନୀତିରେ ଯୋଗଦାନ ଓ ବିଜେପି କର୍ମୀଙ୍କ ଦାୟିତ୍ୱ ସହ କେନ୍ଦ୍ରବିଜେପି ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ | ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ କେନ୍ଦ୍ର ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ର ରୂପରେଖକୁ ଆଲୋକପାତ କରିଥିଲେ | ସୁନୀଲ ପ୍ରଧାନ ଧର୍ମେନ୍ଦ୍ର ସ୍ୱାଇଁ ଲିଟୁ ପ୍ରଧାନ ସନାତନବାରିକ ସଞ୍ଜୟ ଜେନା ଦିଲ୍ଲୀପ ପ୍ରଧାନ କାହ୍ନୁ ବାରିକ ଟୁନାସ୍ୱାଇଁ ଜିଲୁପ୍ରଧାନନାରାୟଣ ବେହେରା ମୁନା ପ୍ରଧାନ ରାଜେଶ୍ୱରତ୍ରିପାଠୀ କୈଳାଶସିଙ୍ଗ ଏ ଶୁକଦେବ ଆର ନବଘନ ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ |


