କଙ୍କଡ଼ା ବର୍ଷା

ସବୁସ୍ଥାନରେ ବର୍ଷା ହେଲେ ସାଧାରଣତଃ ଆକାଶରୁ ପାଣି ବର୍ଷା ହୋଇଥାଏ । ହେଲେ ଅଷ୍ଟ୍ରେଲିଆରେ ଥିବା ଖ୍ରୀଷ୍ଟମାସ ଦ୍ୱୀପରେ କଙ୍କଡ଼ାବର୍ଷା ହୋଇଥାଏ । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଠାରେ ପ୍ରତିବର୍ଷ ପାଖାପାଖି ୧୨ କୋଟି ଲାଲ କଙ୍କଡ଼ା ଏକ ନିର୍ଦ୍ଦିଷ୍ଟ ସମୟରେ ଦେଖିବାକୁ ମିଳିଥାଆନ୍ତି । ଏହା ଘର, ରେଷ୍ଟୁରାଣ୍ଟ, ବାର୍, ବସ୍ ଷ୍ଟପ ସବୁଠାରେ ଦେଖାଯାଆନ୍ତି । ଯୁଆଡ଼େ ଚାହିଁଲେ ସିଆଡ଼େ ଦେଖାଯାଏ ଖାଲି ନାଲି ରଙ୍ଗର ଚାଦର । ପ୍ରକୃତ ଘଟଣା ହେଲା ଏକ ନିର୍ଦ୍ଦିଷ୍ଟ ସମୟରେ ଅର୍ଥାତ୍ ବର୍ଷାଦିନେ ଏମାନେ ପ୍ରଜନନ ପାଇଁ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇଥାଆନ୍ତି । ଅର୍ଥାତ୍ ଖ୍ରୀଷ୍ଟମାସ ଦ୍ୱୀପରେ ଥିବା ଜଙ୍ଗଲରୁ ଏମାନେ ଭାରତ ମହାସାଗର ପର୍ଯ୍ୟନ୍ତ ଯାତ୍ରା କରିଥାଆନ୍ତି । ଏହି ସମୟରେ ରାସ୍ତା ଉପରେ ହଜାର ହଜାର କଙ୍କଡ଼ା ଯାଉଥିବାବେଳେ ଗାଡ଼ି ତଳେ ଚାପି ହାଇ ଅନେକଙ୍କର ମୃତ୍ୟୁ ହୋଇଥାଏ । ଏହି ଦ୍ୱୀପଟି ୫୨ ବର୍ଗମିଟର ପରିମିତ ଅଞ୍ଚଳ ହୋଇଥିବା ବେଳେ ଏଠାରେ ପାଖାପାଖି ୨ହଜାର ଲୋକ ବସବାସ କରନ୍ତି । ଏହାପରେ ଏହି କଙ୍କଡ଼ାଙ୍କୁ ଦେଖିବାକୁ ପ୍ରତିବର୍ଷ ହଜାର ହଜାର ଲୋକ ଏହି ଦ୍ୱୀପକୁ ଆସିଥାଆନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ