କଙ୍ଗନାଙ୍କ ପ୍ରତିଦ୍ବନ୍ଦ୍ବୀଙ୍କୁ ରଙ୍ଗୋଲିଙ୍କ ଖୋଲା ଚ୍ୟାଲେଞ୍ଜ

କଙ୍ଗନା ରାନାୱତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ସବୁବେଳେ ନିଜ ବୟାନ ପାଇଁ ଜଣାଶୁଣା। ସାଧାରଣତଃ ରଙ୍ଗୋଲି ନିଜ ଭଉଣୀଙ୍କ ପାଇଁ ବଲିଉଡ୍‌ ଇଣ୍ଡଷ୍ଟ୍ରୀର ଅନେକ ଲୋକଙ୍କ ଉପରେ ଟିପ୍ପଣୀ ଦେବାକୁ ଡରନ୍ତି ନାହିଁ। ଏବେ ସେ ପୂରା ବଲିଉଡ୍‌କୁ ଚ୍ୟାଲେଞ୍ଜ କରିଥିବା ଦେଖିବାକୁ ମିଳିଛି। ରଙ୍ଗୋଲି ଟ୍ବିଟ୍‌ କରି ଲେଖିଛନ୍ତି ଯେ ଯଦି ଅନ୍ୟ କୌଣସି ଅଭିନେତ୍ରୀ ନିଜ ଦମ୍‌ରେ ଏକ ବଡ଼ ବଜେଟ୍‌ର ଫିଲ୍ମକୁ ହିଟ୍‌ କରିପାରିବେ, ତେବେ କଙ୍ଗନା ଅଭିନୟ ଛାଡ଼ିଦେବେ। ରଙ୍ଗୋଲି ଟ୍ବିଟ୍‌ କରି ଲେଖିଛନ୍ତି ଯେ ମୁଁ ପୂରା ଇଣ୍ଡଷ୍ଟ୍ରୀକୁ ଚ୍ୟାଲେଞ୍ଜ କରୁଛି, ଯଦି କୌଣସି ଅଭିନେତ୍ରୀ ଏକୁଟିଆ ନିଜ ଦମ୍‌ରେ ୭୦ରୁ ୧୦୦ କୋଟି ବଜେଟ୍‌ର ଫିଲ୍ମ ହିଟ୍‌ କରିପାରିବେ। ଯଦି କେହି ବି ଏହି ଚ୍ୟାଲେଞ୍ଜ ପୂରା କରିପାରିବେ, ତେବେ କଙ୍ଗନା ନିଜ କ୍ୟାରିଅର ଛାଡ଼ିଦେବେ ବୋଲି ରଙ୍ଗୋଲି ଲେଖିଛନ୍ତି।
ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବରୁ ‘ବାଗୀ ୩’ର ନିର୍ଦ୍ଦେଶକ ଅହମଦ ଖାନ ବିବାଦୀୟ ବୟାନ ଦେଇଥିଲେ। ଅହମଦ କହିଥିଲେ ଯେ କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା: ଦ କୁଇନ୍‌ ଅଫ୍‌ ଝାନ୍‌ସୀ’ ଉପରେ ବହୁତ ଟଙ୍କା ଲଗା ଯାଇଥିଲା। ତଥାପି ଫିଲ୍ମକୁ ବହୁତ କ୍ଷତି ସହିବାକୁ ପଡ଼ିଲା। ଏହା ଉପରେ ରଙ୍ଗୋଲି ଜବାବ ଦେଇଥିଲେ ଯେ ‘ମଣିକର୍ଣ୍ଣିକା’ ୱିକ୍‌ଏଣ୍ଡରେ ୪୫ କୋଟି ଟଙ୍କା କଲେକ୍ସନ୍‌ କରିଥିଲେ। ସେହିପରି ଅହମ୍ମଦ ଖାନଙ୍କ ଫିଲ୍ମ ‘ବାଗୀ ୩’ ୱିକ୍‌ଏଣ୍ଡରେ ୪୯ କୋଟି ଟଙ୍କା କଲେକ୍ସନ୍‌ କରିଥିଲା। ଭାଇ ସାହେବ ୧୫୫ କୋଟି ଫିଲ୍ମକୁ ଫ୍ଲପ୍‌ କହନ୍ତି। ଆପଣଙ୍କ ଫିଲ୍ମ ‘ବାଗୀ ୩’ ୱିକ୍‌ଏଣ୍ଡରେ ୪୯ କୋଟି ଟଙ୍କା କଲେକ୍ସନ୍‌ କରିଥିବାବେଳେ ‘ମଣିକର୍ଣ୍ଣିକା’ ସଂଗ୍ରହ କରିଥିଲା ୪୫ କୋଟି ଟଙ୍କା। ଯାହା ଆପଣଙ୍କଠାରୁ ବେଶୀ ପଛରେ ନାହିଁ। ଏ ସମ୍ପର୍କରେ ଅହମ୍ମଦ କହିଥିଲେ ଯେ ତାଙ୍କ କଥାକୁ ଭୁଲ୍‌ ଭାବେ ଉପସ୍ଥାପିତ କରାଯାଇଛି। ତାଙ୍କ କଥାର ଭୁଲ୍‌ ଅର୍ଥ ବାହାର କରାଯାଇଛି। କଙ୍ଗନା ଜଣେ ପାୱାରଫୁଲ୍‌ ଓ ସୁନ୍ଦର ଅଭିନେତ୍ରୀ। କଙ୍ଗନା ବଲିଉଡ୍‌ର ମହିଳା ବାଗୀ ଅଟନ୍ତି। ସେ ଏକମାତ୍ର ଏଭଳି ଅଭିନେତ୍ରୀ, ଯାହାଙ୍କଠାରେ ଆକ୍ସନ୍‌ ଫିଲ୍ମ କରିବାରେ ପୂରା କ୍ଷମତା ରହିଛି। ବାସ୍ତବରେ ତାଙ୍କୁ କଙ୍ଗନାଙ୍କ ଆଗାମୀ ଫିଲ୍ମ ‘ଧାକଡ଼’ର ଟିଜର ବହୁତ ପସନ୍ଦ ଆସିଛି। ଏହି ସିନେମା ସେ ଦେଖିବାକୁ ଚାହୁଛନ୍ତି। ଯଦି କଙ୍ଗନାଙ୍କୁ ତାଙ୍କ କାହାଣୀ ପସନ୍ଦ ଆସିବ, ନିଶ୍ଚିତ ଭାବେ ସେ ତାଙ୍କ ସହ କାମ କରିବେ ବୋଲି ଅହମ୍ମଦ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ