କଙ୍ଗାରୁ ର ବିଜୟ ପଥ ରୋକିଲା ଭାରତ
ରବିବାର ଓଭାଲ ଗ୍ରାଉଣ୍ଡ ରେ ଚାଲିଥିବା ଭାରତ ଅଷ୍ଟ୍ରେଲିଆ ମ୍ୟାଚରେ ୫ ଥର ର ଚମ୍ପିୟାନ କଙ୍ଗାରୁ ବାହୀନି ଙ୍କୁ ୩୬ ରନ ରେ ହରାଇ ଭାରତ କ୍ରମାଗତ ଭାବେ ଚଳିତ ବିଶ୍ୱକପ ରେ ଦ୍ୱିତୀୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ ର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା । ଜବାବ ରେ ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୩୧୬ ରନ କରିବାକୁ ସମର୍ଥ ହୋଇଥିଲା । ଭାରତ ପକ୍ଷରୁ ଓପନର ଶିଖର ଧୱନ ଶତକ ହାସଲ କରିଥିଲେ । ଏହା ସହିତ ବୋଲିଂ ଷ୍ଟାର ଭୁବନେଶ୍ୱର କୁମାର ଏବଂ ବୁମରାହ ପ୍ରତ୍ୟେକ ୩ ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ବିଶ୍ୱକପ ଇତିହାସ ଉପରେ ନଜର ପକାଇଲେ ଦୀର୍ଘ ୨୦ ବର୍ଷ ପରେ ଏଭଳି ହାରର ସମ୍ନା କରନଥିିଲା ଟିମ ଅଷ୍ଟ୍ରେଲିଆ ସୂଚନା ଥାଉ କି ୪ ଟି ବିଶ୍ୱ କପରେ ଅଷ୍ଟ୍ରେଲିଆ ରନ ପିଛା କରି କେବେ ହାରି ନଥିଲା ।