କଜଳା ଅନୁସୂଚିତ ଜନଜାତି ବସ୍ତିରେ ଖାଦ୍ୟ ସହାୟତା ପାଇଁ ପ୍ରଶାସନକୁ ଦାବି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ କଜଳା ଅନୁସୂଚିତ ଜନଜାତି ଓ କେଳା ବସ୍ତିରେ ରାସନକାର୍ଡରୁ ବଂଚିତ ଲୋକମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ସେମାନଙ୍କୁ କରୋନା ଲକଡାଉନ ସମୟରେ ଖାଦ୍ୟ ଯୋଗାଇ ଦେବାକୁ ଦାବି କରିଛନ୍ତି । ସେହି ବସ୍ତିର ରାସନକାର୍ଡରୁ ବଂଚିତ ଏହି ପରିବାର ଗୁଡିକ ଦୀର୍ଘ ୩୦ଦିନ ହେବ ରାସନ ଓ ଖାଦ୍ୟ ଅଭାବରୁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସେମାନେ ମାର୍କେଟିଂ ଇନିସପେକ୍ଟର, ଜିଲ୍ଲା ଜରୁରୀ ଅଧିକାରୀ, ଉପଜିଲ୍ଲାପାଳ, ବେଷାମରିକ ଯୋଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳଙ୍କୁ ଜଣାଇଥିଲେବି ସେମାନଙ୍କ ସମସ୍ୟାର କୈାଣସି ପ୍ରତିକାର ହୋଇନଥିବା ବେଳେ ଜଣେ ଅଧିକାରୀ କେବଳ ଅନ୍ୟ ଜଣେ ଅଧିକାରୀଙ୍କ ନିକଟକୁ ସେମାନଙ୍କୁ ପଠାଉଥିବା ଅଭିଯୋଗ କରିଛନ୍ତି । ସେହି ବସ୍ତିର ଲକ୍ଷ୍ମଣ ହେମ୍ବ୍ରମ, ଶିବା ସୋରେନ, ଲକ୍ଷ୍ମୀ ଟୁଡୁ, ନମିତା ସୋରେନ, ମିଟି ଦାସ, ଲକ୍ଷ୍ମୀ ଦାସ, ଇନ୍ଦୁ ସାହାନୀ, ଜୟନ୍ତୀ ଦାସ, ପୂଜା ଦାସ ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ । ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ସେମାନଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ