କଟକଣା ଅନୁଯାୟୀ ମ୍ୟାଟ୍ରିକ ପରୀକ୍ଷା ଅନୁଷ୍ଠିତ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :କୋରନା କଟକଣା ଅନୁଯାୟୀ ଆଜି ଭଣ୍ଡାରିପୋଖରୀ ବ୍ଲକର ୯ଗୋଟି କେନ୍ଦ୍ରରେ ମ୍ୟାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଛି । ସୂଚନା ଅନୁଯାୟୀ ସୁବର୍ଣ୍ଣ ମୁଖି ଯଶୋଟିକିରି ଉଚ୍ଚ ବିଦ୍ୟାଳୟ ଠାରେ ୧୩୦, ସରସଦା ଠାରେ ୨୩୦,ହାରାମଣଣୀ ବାଳିକା ବିଦ୍ୟାଳୟ ଠାରେ ୧୨୩, ଭଣ୍ଡାରିପୋଖରୀ ନୋଡାଲ ବିଦ୍ୟାଳୟ ଠାରେ ୧୯୭, କୁଲଣା ବିଦ୍ୟାଳୟ ଠାରେ ୧୪୭, ରହଣିଆ ଉଚ୍ଚ ବିଦ୍ୟାଳୟ ଠାରେ ୧୬୫, ବାରିକ ପୁର ଠାରେ ୧୩୪, ଗିରିଧାରୀ ପଣ୍ଡା ଉଚ୍ଚ ବିଦ୍ୟାଳୟ ମଞ୍ଜୁରୀ ରୋଡ ଠାରେ ୧୪୬ଓ ବାଲି ପୋଖରୀ ବିଦ୍ୟାଳୟ ଠାରେ୧୦୩ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ଜଣାପଡିଛି । ପ୍ରଥମ ଦିନରେ ସାହିତ୍ୟ ଓ ଗଣିତ ବିଷୟରେ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଛନ୍ତି । ଅନୁଷ୍ଠିତ ପରୀକ୍ଷାରେ ମୋଟ ୭୨ଜଣ ଛାତ୍ର ଛାତ୍ରୀ ଅନୁପସ୍ଥିତ ଥିବା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।


