କଟକଣା ଭିତରେ ରଥଯାତ୍ରା

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ଯେଉଁ ଆଶା ଆଶଙ୍କା ଓ କଳ୍ପନା ଜଳ୍ପନାର ଲାଗି ରହିଥିଲା, ତାହାର ଅନ୍ତ ଘଟିଛି। ଶହଶହ ବର୍ଷର ପ୍ରଚଳିତ ପରମ୍ପରାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କେବଳ ଜଗନ୍ନାଥ ଧାମ ପୁରୀରେ କଡ଼ା କଟକଣା ଭିତରେ ଭକ୍ତଶୂନ୍ୟ ରଥଯାତ୍ରାର ଆୟୋଜନ କରିବାକୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟ ଓଡ଼ିଶା ରାଜ୍ୟ ସରକାରଙ୍କୁ ଅନୁମତି ଦେଇଛନ୍ତି। ମାମଲାର ଚୂଡ଼ାନ୍ତ ରାୟ ଶୁଣାଇ ମୁଖ୍ୟବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେ କହିଛନ୍ତି ‌ଯେ ଆମେ କେବଳ ପୁରୀ ପାଇଁ ରଥଯାତ୍ରା ଲାଗି ଅନୁମତି ଦେଉଛୁ। ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ। କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟ ପକ୍ଷମାନଙ୍କର ଶୁଣାଣି ପରେ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠର ନିଷ୍ପତ୍ତି ଘୋଷଣା କରି ମୁଖ୍ୟ ବିଚାରପତି ବୋବଡେ କହିଲେ, ପୁରୀରେ ରଥଯାତ୍ରା ଆୟୋଜନ ଦାୟିତ୍ବ ଜଗନ୍ନାଥ ମନ୍ଦିର ପରିଚାଳନା ସମିତି ଏବଂ ଓଡ଼ିଶା ସରକାରଙ୍କୁ ଛାଡ଼ି ଦିଆଯାଉ। ସେମାନେ କଡ଼ା କଟକଣା ଭିତରେ ଏବଂ ବିନା ଭକ୍ତ ସମାଗମରେ ରଥଯାତ୍ରା କରାଇବେ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସହିତ ସମନ୍ବୟ ରକ୍ଷା କରି ରଥଯାତ୍ରା ସମାପନ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ