କଟକରେ ଆଉ ୧୬ ପଜିଟିଭ

କଟକ: କଟକ ମହାନଗରର ଅଞ୍ଚଳରେ ସୋମବାର ପୁଣି ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୬ ଜଣରୁ ୮ଜଣ ଲୋକାଲ କଣ୍ଟାକ୍ଟ କେସ ଥିବା ସିଏମସି ପକ୍ଷରୁ ସୂଚନା ଦିଆଯାଇଛି । ରାଉସାପାଟଣାର ୫ ଜଣ ଲୋକାଲ କଣ୍ଟାକ୍ଟରୁ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨୦, ୨୫, ୪୮ ବର୍ଷୀୟ ପୁରୁଷ ଓ ୩୭, ୪୮ ବର୍ଷର ମହିଳା ଅଛନ୍ତି । ସେହିପରି ସିଡିଏ ସେକ୍ଟର ୧୦ରୁ ଜଣେ ୫୩ ବର୍ଷୀୟ ପୁରୁଷ ଲୋକାଲ କଣ୍ଟାକ୍ଟ ବୋଲି ଜଣାଯାଇଛି । ବାଦାମବାଡ଼ି ରକ୍ସି ଲେନର ଜଣେ ୩୩ ବର୍ଷୀୟ ଯୁବକ ଓ ଓଡ଼ିଆ ବଜାରର ଜଣେ ୪୫ ବର୍ଷୀୟ ପୁରୁଷ ମଧ୍ୟ ଲୋକାଲ କଣ୍ଟାକ୍ଟ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ ଡଗରପଡ଼ାର ଯୁବକ ଓ ଶାନ୍ତି ବିହାରର ଜଣେ ମହିଳା ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଆଜିର ୧୬ ପଜିଟିଭକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୬୪କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା ୧୨୮ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ