କଟକରେ ଆଉ ୨୭ ପଜିଟିଭ

କଟକ: କଟକ ମହାନଗର ଅଞ୍ଚଳରେ ଆଉ ୨୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ସରକାରୀ କ୍ୱାରେଣ୍ଟାଇନରୁ ୨୦, ହୋମ କ୍ୱାରେଣ୍ଟାଇନରୁ ୪ ଓ ଲୋକାଲ କେସ ୩ ଜଣ ବୋଲି ଜଣାଯାଇଛି । ଲୋକାଲଙ୍କ ମଧ୍ୟରୁ ୨ ଜଣ ପୁରୁଣା ରାଉସାପାଟଣା ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଜଣେ ୫୦ ବର୍ଷୀୟ ମହିଳା ହୋଇଥିବାବେଳେ ଜଣେ ୩୦ ବର୍ଷୀୟ ଯୁବକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜଣେ ଯୋବ୍ରା ମୁରାଦ ଖାନ ପାଟଣାର ୫୬ ବର୍ଷୀୟ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ୨୭ ପଜିଟିଭକୁ ମିଶାଇ କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୧କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୧୩୪ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହାଛଡ଼ା ୧୫୦ ଆକ୍ରାନ୍ତ ଏବେ ବି ଚିକିତ୍ସାଧୀନ ଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ