କଟକରେ ଖୋଲିଲା ପାର୍କ
କଟକ: କରୋନା କଟକଣା ପାଇଁ ବନ୍ଦ ଥିବା ପାର୍କ ଏବେ ଧୀରେ ଧୀରେ ଖୋଲୁଛି । ପ୍ରଥମେ ଭୁବନେଶ୍ୱର ଓ ଏବେ କଟକ । କଟକ ସହରରେ ଥିବା ସବୁ ପାର୍କକୁ ଖୋଲାଯାଇଛି । ପାର୍କ ଖୋଲିବା ନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ସକାଳ ୭ଟାରୁ ୧୦ ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ପାର୍କ ଖୋଲିବା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି । ତେବ ପାର୍କରେ ମାସ୍କ ପିନ୍ଧିବା ଓ ସାମାଜିକ ଦୁରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପାର୍କରେ ଦୋଳି ଓ ଜିମ ଉପକରଣ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


