କଟକରେ ଗଣେଶ ପୂଜା ବନ୍ଦ
କଟକ : କଟକରେ ଗଣେଶ ପୂଜା ବନ୍ଦ ରହିବ। କେବଳ ଘରେ ଘରେ ପୂଜା କରିପାରିବେ ଗଣେଶଙ୍କୁ । ସାମୂହିକ ପୂଜା ବନ୍ଦ ହେବ ବୋଲି ଶନ୍ତି କମିଟି ଓ କମିଶନରେଟ ପୋଲିସର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବାର କଟକ ମହାନଗର ପୂଜା କମିଟି ସଂପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି। ଯଦି ଏଭଳି ସ୍ଥିତି ରୁହେ ତେବେ ଦୁର୍ଗାପୂଜାରେ ପୀଠମାନଙ୍କରେ ଦେବୀ ମୂର୍ତ୍ତି ପୂଜାପାଇବେ। ସାର୍ବଜନୀନ ଦୁର୍ଗାପୂଜା ବନ୍ଦ ରହିବ ବୋଲି ସମ୍ଭାବନା ପ୍ରକାଶ ପାଇଛି।