କଟକରେ ଭୁଶୁଡ଼ିଲା ନିର୍ମାଣାଧୀନ ବକ୍ସ ଡ୍ରେନ ସ୍ଲାବ, ଜଣେ ଆହତ

କଟକ, (ସରୋଜ କୁମାର ଦାସ):ମାତୃଭବନ ନିକଟରେ ନିର୍ମାଣାଧୀନ ବକ୍ସ ଡ୍ରେନ ସ୍ଲାବ । ହଠାତ ଘଟିଲା ଅଘଟଣ । ଭଶୁଡିପଡିଲା ବକ୍ସ ଡ୍ରେନ ସ୍ଲାବ । ଘଟଣାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ସ୍ଲାବ କାମ ଚାଲିଥିବାବେଳେ ହଠାତ ପାଣି ଚାଲିଆସିଥିଲା । ଫଳରେ ବକ୍ସ ଡ୍ରେନ ସ୍ଲାବଟି ଭୁଶୁଡିପଡିଛି । ସୂଚନାଯୋଗ୍ୟ, ୱାଟକୋ ଡ୍ରେନେଜ ଡିଭିଜନ ଅଧୀନରେ ଏହି ବକ୍ସ ଡ୍ରେନ ନିର୍ମାଣ ଚାଲିଥିଲା । ଦୁର୍ଘଟଣାରେ ଦୁଇ ଜଣ କାର୍ଯ୍ୟରତ ଶ୍ରମିକ ସାମାନ୍ୟ ଆହତ ହୋଇଛନ୍ତି । ଠିକା ସଂସ୍ଥା ନାଳନ୍ଦା ଅଧୀନରେ କାର୍ଯ୍ୟ କରୁଥିବା ବିଶ୍ୱାନ ଦୟାଲ କମ୍ପାନୀ କର୍ମଚାରୀଙ୍କ କହିବା ମୁତାବକ ପୋଲ ପାଇଁ ଆବଶ୍ୟକ ଲୁହା ସେଣ୍ଟ୍ରିଂ କରାଯାଇ ଆଜି ପୋଲ ଛାତ ପଡିଥିଲା । ଏଥିପାଇଁ ଡ୍ରେନ ପାଣିକୁ ମାଟି ବନ୍ଧ ଦେଇ ବନ୍ଦ କରାଯାଇଥିଲା । ମାଟି ବନ୍ଧ ଲିକ ହୋଇ ପାଣି ସେଣ୍ଟ୍ରିଂ ତଳକୁ ଆସିଯିବାରୁ ଏହି ଦୁର୍ଘଟଣା ଘଟିଥିଲା । ବକ୍ସ ଡ୍ରେନ ଭୁଶୁଡିବା ନେଇ ଇଞ୍ଜିନିୟର ଓ ଶ୍ରମିକ ଜାଣିବା ପରେ ତୁରନ୍ତ ସାଇଡ ଖାଲି କରିଦେଇଥଲେ । ଡ୍ରେନରେ ପଡ଼ିଥିବା ଲୁହା ରଡ କାଟି ବାହାର କରାଯିବା ସହ ଭିତରେ ସଫା କରାଯାଉଛି । ଶୀଘ୍ର ବକ୍ସ ଡ୍ରେନ ତିଆରି ପ୍ରକ୍ରିୟା ଆରମ୍ଭ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗତ ଡିସେମ୍ବର ୮ ତାରିଖରେ କଟକ ବିଡ଼ାନାସୀରେ ସିଏମସି ପକ୍ଷରୁ ଡ୍ରେନ କାମ ଚାଲିଥିବା ବେଳେ କାନ୍ଥ ଭୁଶୁଡ଼ି ଥିଲା । ଏଥିରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଆଡତ ହୋଇଥିଲେ।ଅପରପକ୍ଷେ ଏହା କାହାର ଦାୟିତ୍ବହୀନତା ପାଇଁ ଘଟିଲା ଏତେ ବଡ ଅଘଟଣ । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଟକ ମେୟର ସୁବାସ ସିଂ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ