କଟକରେ ସର୍ବାଧିକ ଭିକାରୀ
ଭୁବନେଶ୍ବର : ରାଜ୍ୟରେ ଭିକାରୀ ସଂଖ୍ୟା ନେଇ ବିଧାନସଭାରେ ଉତ୍ତର ରଖାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖି ରାଜ୍ୟର ସମୁଦାୟ ଭିକାରୀ ସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି । କଟକରେ ସର୍ବାଧିକ ଭିକାରୀ ରହିଛନ୍ତି ବୋଲି ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା । ଓଡ଼ିଶାରେ ରହିଛନ୍ତି ମୋଟ ୫୯୫୦ ଜଣ ଭିକାରୀ। କଟକରେ ରହିଛନ୍ତି ସର୍ବାଧିକ ଭିକାରୀ । ମୋଟ ୫୯୫୦ ଜଣଙ୍କ ମଧ୍ୟରୁ କଟକରେ ସର୍ବାଧିକ ୧୦୬୦ ଜଣ ରହିଛନ୍ତି । ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ ୫୪୫ ଜଣ, ସୁନ୍ଦରଗଡରେ ୪୨୩ ଜଣ ଭିକାରୀ, ପୁରୀରେ ୩୬୬ ଜଣ, ଖୋର୍ଦ୍ଧାରେ ୧୯୭ ଜଣ ଭିକାରୀ ରହିଛନ୍ତି ବୋଲି ବିଧାନସଭାରେ ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି ।


