କଟକସଦର ଥାନା କବଜାରେ ତିନି ବାଇକ ଲୁଟେରା ଗିରଫ
କଟକ, (ଦୀପକ୍ କୁମାର ବେଉରା) : କଟକ ସଦର ଥାନା ପୋଲିସ ରବିବାର ରାତିରେ ତିନି ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ତିନିଟି ଚୋରି ବାଇକକୁ ଜବତ କରିଛି । ଗିରଫ ତିନି ଅଭିଯୁକ୍ତ ମାନେ ହେଲେ, ଜଗତସିଂହପୁର ଜିଲ୍ଲା ବିରିଡି ଥାନାର ବାଇସିମୌଜା ଉକୁନ୍ଦରା ଗ୍ରାମର ରବି ଆଲିଆସ , ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ବାଘମାରୀ ଓସ୍ତପୁର ଗ୍ରାମର ଦୁଇ ଭାଇ ଜଗନ ଆଲିଆସ ଚନ୍ଦନ ପ୍ରଧାନ, ରାକେଶ ଆଲିଆସ ପରମେଶ୍ବର ପ୍ରଧାନ । ଏମାନେ କଟକ ସଦର ଥାନା ଗୋପାଳପୁର ଅଞ୍ଚଳରେ ରହି ଦିନରେ ମୁଲିଆ କାମ କରନ୍ତି । ସୁଯୋଗ ଦେଖି ରାତିରେ ଏକୁଟିଆ ଯାଉଥିବା ଲୋକମାନଙ୍କ ଠାରୁ ବାଇକ ଲୁଟକରି ବିକ୍ରି କରିଥାନ୍ତି ବୋଲି ପୋଲସ ସୂତ୍ରରୁ ପ୍ରକାଶ । ଗିରଫ ରବି ଓରଫ ସଂଗ୍ରାମ ଭୋଇ ନାମରେ ପୂର୍ବରୁ କଳାହାଣ୍ଡିର ଭବାନିପାଟଣା ଥାନାରେ ୪ଟି ,ବିରିଡି ଥାନାରେ ତିନିଟି ,ଜଗତସିଂହପୁର ଥାନାରେ ଦୁଇଟି ମାମଲା ରହିଛି । ସେହି ପରି ଜଗନ ଆଲିଆସ ଚନ୍ଦନ ପ୍ରଧାନ ନାମରେ ପୂର୍ବରୁ ସଦର ଥାନାରେ ଦୁଇଟି ଏବଂ ଚାଉଳିଆଗଞ୍ଜ ଥାନାରେ ଗୋଟିଏ ମାମଲା ରହିଛି , ସଦର ଥାନାରେ ଗିରଫ ତିନି ବାଇକ ଲୁଟେରାଙ୍କ ବିରୁଦ୍ଧରେ କେଶନମ୍ବର – ୩୪୯/୨୦୨୦ , ଦଫା ୩୭୯ , ୪୧୧ / ୩୪ ଦଫାରେ ମାମଲା ରୁଜୁ କରାଯାଇ ସୋମବାର କୋର୍ଟ ଚାଲାଣ କରାଯାଇଛି ।


