କଟକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ
ଚୌଦ୍ୱାର, (ଦୀପକ୍ କୁମାର ବେଉରା):କଟକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ଚୌଦ୍ଵାର ସ୍ଥିତ ହାପି ୱାର୍ଲଡ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି l କଟକ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ର ସଭାପତି ସତ୍ୟବ୍ରତ ଦାସଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ ଯୋଗ ଦେଇଥିବା ବେଳେ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ୱାଦିକ ସୁବାଷ ପାଢ଼ୀ ଯୋଗ ଦେଇଥିଲେ, ସମ୍ମାନୀତ ଅତିଥି ରୂପେ ଚୌଦ୍ଵାର ପୌରପାଳିକା ର ଅଧ୍ୟକ୍ଷା ଶ୍ରୀମତି ସ୍ୱର୍ଣପ୍ରଭା ସାମଲ , ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ସଂଘ ର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ଦିଲ୍ଲୀପ ଛତାର ଓ ଆଞ୍ଚଳିକ ସାମ୍ୱାଦିକ ସଂଘ ର ସଭାପତି ନରେଶ କୁମାର୍ ସାହୁ ଯୋଗ ଦେଇଥିଲେ। ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦ୍ଵୀପ ପ୍ରଜ୍ବଳନ କରାଯାଇଥିଲା l ଏହା ପରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ବୃକ୍ଷ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା। ଏହା ପରେ ଅତିଥି ମାନେ ସମସ୍ତ ସାମ୍ୱାଦିକ ମାନଙ୍କୁ ଜାତୀୟ ସାମ୍ୱାଦିକ ଦିବସ ର ଶୁଭେଛା ଜଣାଇ ନିଜ ନିଜ ର ବକ୍ତବ୍ୟ ରଖିଥିଲେ।ସାମ୍ୱାଦିକ ଙ୍କ ସୁରକ୍ଷା ଆଇନ୍ ନିମନ୍ତେ ସମସ୍ତ ସାମ୍ୱାଦିକ ଙ୍କ ମାନ୍ୟବର ବିଧାୟକଙ୍କ ପାଖରେ ଦାବୀ ରହିଥିଲା । ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ବରିଷ୍ଠ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଉତ୍କଳ ସାମ୍ବାଦିକ ସଂଘ ର ସମସ୍ତ ସାମ୍ୱାଦିକ ବନ୍ଧୁ ମାନେ ଓ ଅନ୍ୟାନ୍ୟ ଅତିଥିବୃନ୍ଦ, ବହୁ ଜନସାଧାରଣ ,କଟକ ଜିଲ୍ଲାର ପ୍ରମୁଖ ସାମ୍ବାଦିକବୃନ୍ଦ ଏବଂ ଅଞ୍ଚଳ ର ବୁଦ୍ଧିଜୀବି ମାନେ ଯୋଗ ଦେଇଥିଲେ