କଟକ ବଡ ମେଡିକାଲର ପାଥୋଲୋଜି ବିଭାଗରେ ନିଆଁ
କଟକ ବଡ ଡାକ୍ତରଖାନା ପାଥୋଲୋଜି ବିଭାଗର ପ୍ରକୋଷ୍ଟରେ ଅଚାନକ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଫଳରେ ବହୁ ଗୁରୁତ୍ୱ ପୂର୍ଣ୍ଣ ଯନ୍ତ୍ରପାତି ସମେତ କାଗଜ ପତ୍ର ପୋଡି ପାଉଁଶ ହୋଇଯାଇଛି । ସକାଳେ ଏସସିବି ମେଡିକାଲର ଉକ୍ତ ବିଭାଗର ଚାବି ଖୋଲିବା ପରେ ଘଟଣା ସଂପର୍କରେ ଜଣାପଡିଥିଲା ।କୈାଣସି କାରଣ ବସତ ଗତରାତ୍ର ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ଘଟଣା ନେଇ କେହି ଜାଣିପାରିନଥିବା ସାଧାରଣରେ ଆଲୋଚନାର କେନ୍ଦ୍ର ପାଲଟିଛି ।ଅଗ୍ନିକାଣ୍ଡଟି ସଟ୍ ସର୍କିଟ କାରଣରୁ ଘଟିଥିବା ଅନୁମାନ କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।ା