କଟକ ବାରଙ୍ଗରେ ଚାଞ୍ଚଲ୍ୟ: ଶ୍ରମିକଙ୍କୁ ପିଟିପିଟି ହତ୍ଯା
କଟକ, (ଯୁଗାବ୍ଦ ନ୍ୟୁଜ):କଟକ ବାରଙ୍ଗ ତ୍ରିଶୁଳିଆ ନିକଟରେ ଶ୍ରମିକଙ୍କୁ ପିଟିପିଟି ହତ୍ଯା। ୨୦ରୁ ୨୫ ଜଣ ସଂଘବଦ୍ଧ ଆକ୍ରମଣ କରି ନିର୍ମମ ହତ୍ୟା କରିଛନ୍ତି। ମୃତ ଶ୍ରମିକ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ତୋଫାନ ସାମଲ । ଏକ ବିଲଡର ସଂସ୍ଥା ପାଖରେ ଓଲଡିଂ କାରିଗର ଭାବେ କାମ କରୁଥିଲେ। ଗତକାଲି ଇଡବ୍ଲୁ ଏସ ବସ୍ତିର ୨୦ ରୁ ୨୦ ଲୋକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ମୃତକଙ୍କ ପୁଅ ପ୍ରତିବାଦ କରିଥିଲେ ବି ଖାତିର କରିନଥିଲେ ଆକ୍ରମଣକାରୀ । ଇଟା ପଥରରେ ତୋଫାନଙ୍କୁ ଛେଚି ପକାଇଥିଲେ। ପରେ ସଂକଟାପନ୍ନ ଅବସ୍ଥାରେ ପରିବାର ଲୋକେ କିଛି ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଏସସିବି ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସୂଚନାଥାଉକି, ତୋଫାନଙ୍କ ଘର ଆଜବେଷ୍ଟ ଟିଣରେ କିଛି ପିଲା ଟେକା ପକାଉଥିଲେ ତାହାକୁ ନେଇ ପ୍ରତିବାଦ କରିଥିଲେ ତୋଫାନ । ତେବେ ପ୍ରତିବାଦକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏ ନେଇ ବାରଙ୍ଗ ଥାନାରେ ମାମଲା ରୁଜୁ ହେବାପରେ ବାକି ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଧରିବାକୁ ବାରଙ୍ଗ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।