କଟକ, ଭଦ୍ରକରେ ସ୍ପେଶାଲ ଟ୍ରେନ ରହିବନି
ଭୁବନେଶ୍ୱର: ଜୁଲାଇ ପହିଲାରୁ ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନର ରହଣିକୁ ସୀମିତ କରାଯାଇଛି । ଏଣିକି ଭୁବନେଶ୍ୱର-ଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ କଟକ ଓ ଭଦ୍ରକ ଷ୍ଟେସନରେ ରହିବ ନାହିଁ । ତେବେ କଟକ ଓ ଭ୍ରଦକ ଷ୍ଟେସନର ଯାତ୍ରୀ ବାଲେଶ୍ୱରରୁ ଉଠି ପାରିବେ । ଯେଉଁମାନେ ନଯିବେ ସେମାନେ ଟଙ୍କା ଫେରସ୍ତ ନେଇପାରିବେ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶ ଯେ, କରୋନା ଲକଡାଉନ ଯୋଗୁଁ ବାହାରେ ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନେ ଏବେ ପର୍ଯ୍ୟାୟ କ୍ରମେ ଧୀରେ ଧୀରେ ଓଡ଼ିଆ ଫେରୁଛନ୍ତି । କିଏ ବସରେ ତ କିଏ ଟ୍ରେନରେ ଫେରୁଛନ୍ତି । ଏହାଛଡ଼ା କିଏ ସାଇକେଲରେ ତ କିଏ ଚାଲି ଚାଲି ମଧ୍ୟ ଫେରୁଛନ୍ତି ।


