କଟକ ମହିଳା ବିଜେପି ମହିଳା ପକ୍ଷରୁ ଅନୁଭବ ଙ୍କ କୁଶ ପୁତ୍ତଳିକା ଦାହ
କଟକ, (ଦୀପକ୍ କୁମାର ବେଉରା): ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷାଙ୍କ ପ୍ରସଙ୍ଗରେ ବିବାଦ ତେଜୁଛି। ଏହାକୁ ନେଇ ଆଜି କଟକରେ ବିଜେପି ମହିଳା ପକ୍ଷରୁ କଡା ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଗୌରୀଶଙ୍କର ପାର୍କ ନିକଟରେ ବିଭିନ୍ନ ନାରାବାଜି ସହ ସାଂସଦ ଅନୁଭବ ମହାନ୍ତି ଙ୍କ କୁଶପୁଳିକା ଦାହ କରାଯାଇଛି।ମହିଳାଙ୍କୁ ସମ୍ମାନ ଦେବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଡିଣ୍ଡିମ ପିଟୁଥିବାବେଳେ ନିଜ ଦଳର ସାଂସଦ ନିଜ ପତ୍ନୀ ଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି। ତାଙ୍କୁ ଶାରିରୀକ ଓ ମାନସିକ ଭାବେ ନିର୍ଯ୍ୟାତନା ଦେଇଚାଲିଥିଲେ। ଆଉ ଶେଷରେ ସେ ନିରୁପାୟ ହୋଇ କୋର୍ଟ୍ ର ଆଶ୍ରୟ ନେବାକୁ ପଛାଇଲେ ନାହିଁ ବୋଲି ମହିଳା ମୋର୍ଚ୍ଚା କହିଛି। ତେଣୁ ଏଭଳି ଚରିତ୍ରହୀନ ସାଂସଦଙ୍କୁ ସାଂସଦ ପଦରୁ ବହିଷ୍କାର କରାଯିବା ଉଚିତ। ଆଉ ସାଧାରଣ ଜନତା ଆଗାମୀ ନିର୍ବାଚନରେ ଏହାର ନିଶ୍ଚିତ ଜବାବ ଦେବେ ବୋଲି କହିଛି ଦଳ। ଯଦି ଅନୁଭବ ମହାନ୍ତିଙ୍କୁ ବହିଷ୍କାର କରା ନ ଯାଏ ତେବେ ସାରା ରାଜ୍ୟରେ ଏଭଳି ପ୍ରତିବାଦ କରିବାକୁ କଡା ଚେତାବନୀ ଦେଇଛି ନଗର ବିଜେପି ମହିଳା ମୋର୍ଚ୍ଚା।